କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହରର ପୁରାତନ କ୍ରୀଡା ଅନୁଷ୍ଠାନ ସନ୍ତୋଷ କ୍ଳବ୍ ତରଫରୁ କଟକ ବଢେଇ ସାହି ଠାରେ ଆନ୍ତଃଜିଲ୍ଲା କ୍ୟାରମ୍ ଖେଳ ପ୍ରତଯୋଗିତା ଅନୁଷ୍ଠିତ ହୋଯାଇଛି । ଏହି ପ୍ରତିଯୋଗିତାରେ ୮୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥଲେ । ଆୟୋଜିତ ପ୍ରତିଯୋଗିତାରେ ରନର୍ସ ହେଲେ ବାରବାଟୀ କ୍ଳବ୍ ର ବନମାଳୀ ରାଉତ ଓ ସୂର୍ଯ୍ୟକାନ୍ତ ବେହେରା । ଏବଂ ଚମ୍ପିୟାନ ହୋଇଛନ୍ତି ସନ୍ତୋଷ କ୍ଳବ୍ କଟକ ର ସୁଶାନ୍ତ ମହାରଣା ଓ ଶିଶିର ଲେଙ୍କା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ୨୫ ନମ୍ବର ୱାର୍ଡ କର୍ପୋରେଟର ସତ୍ୟମ୍ ସାହୁ, ସମ୍ମାନୀୟ ଅତିଥି ଭାବରେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, କେ.ଜେଡ. ଆଫ୍ରିନ, ଏସ କେ ଅବଦୁଲ ଗନି ପ୍ରମୁଖ ଯୋଗ ଦେଇଥିଲେ ।
ଭାଇଚାରା ର ସହରରେ ବନ୍ଧୁତ୍ୱପୂର୍ଣ୍ଣ କ୍ୟାରମ ପ୍ରତିଯୋଗିତା !!!

