ବିଦୁସ୍ମିତା ଦାସ +୩ ଓଡିଆ ସମ୍ମାନରେ ପ୍ରାଣନାଥ ମହାବିଦ୍ୟାଳୟର ଟପ୍ପର !!!

0
239

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକାଶ ପାଇଛି ପ୍ରାଣନାଥ ସ୍ବଂୟ ଶାଶିତ ମହାବିଦ୍ୟାଳୟର ଚତୁର୍ଦ୍ଦଶତମ ସ୍ନାତକ ପରୀକ୍ଷାଫଳ । ଗେଡିଆପଲ୍ଲୀ ଗ୍ରାମର ସୁଧିର ଦାସ ଏବଂ ଭାନୁମତୀ ଦାସଙ୍କର ଦ୍ବିତୀୟ କନ୍ୟା ବିଦୁସ୍ମିତା ଦାସ +୩ କଳାର ଓଡିଆ ସମ୍ମାନରେ କଲେଜ୍ ଟପ୍ପର ହୋଇଛନ୍ତି । ପୂର୍ବରୁ କଳାପଥର ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ମଧ୍ୟ ପ୍ରଥମ ସ୍ଥାନ ରଖିଥିଲେ । ଘରର ଚାରି ଭାଇଭଉଣୀଙ୍କ ଭିତରେ ସଂଘର୍ଷ ଭିତରେ ନିଜର ପଢାକୁ ଜାରି ରଖିଥିବା ବିଦୁସ୍ମିତା ଆଗକୁ ଓଡିଆ ବିଷୟରେ ପୋଷ୍ଟ୍ ଗ୍ରାଜୁଏଟ୍ କରି ଜଣେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଛନ୍ତି । ବାପା ସୁଧିର ଦାସ ଜଣେ କାଠ ମିସ୍ତ୍ରୀ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ମଣିଷ କରିବା ଏବଂ ଭଲ ପାଠ ପଢେଇବାରେ ସମସ୍ତ ସହଯୋଗ କରି ଆସିଛନ୍ତି । ଓଡିଆ ସମ୍ମାନର ୫୦ ଜଣ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରଥମ ସ୍ଥାନ ରହିବ ବୋଲି କେବେ ବିଶ୍ବାସ ରଖି ନଥିଲେ ଟପ୍ଲର ଛାତ୍ରୀ ବିଦୁସ୍ମିତା । ତେଣୁ ପରୀକ୍ଷାଫଳ ପ୍ରକାଶନରେ ପୂର୍ବପେକ୍ଷା ନିଜର ଆତ୍ମବିଶ୍ବାସ ବଢିଛି । ଉଭୟ ଅଫଲାଇନ୍ ଏବଂ ଅନଲାଇନିରେ ଦିନକୁ ୫ ଘଣ୍ଟା ପଢିବାରେ ସମୟ ଦେଉଥିଲେ ।ଘରେ ମଧ୍ୟ ନିଜ ବୋଉଙ୍କୁ ସମୟ ଦିଅନ୍ତି ଘରକାମ କରିବାରେ । ଛୁଆଟି ବେଳୁ ତାଙ୍କର ଭାଷା ସାହିତ୍ୟ ପ୍ରତି ଦୁର୍ବଳତା ତାଙ୍କୁ ଉଭୟରେ ପଢିବା ନିଶା ଓ ଭବିଷ୍ୟତରେ କର୍ତ୍ତବ୍ୟ କରିବାର ପେଶା ପାଲଟୁ ବୋଲି ତାଙ୍କ ଆଦ୍ୟ ପଢାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁହନ୍ତି । ବିଦୁସ୍ମିତାଙ୍କର ଏହି ସଫଳତା ତାଙ୍କର ସାଙ୍ଗସାଥି ଙ୍କ ସହିତ ପଢାର ଆଲୋଚନା , ସମସ୍ତ ଅଧ୍ୟାପକ , ଅଧ୍ୟାପିକାଙ୍କର ଆଶୀର୍ବାଦ ବୋଲି କୁହନ୍ତି । ଗାଁ ମାଟି ପାଣି ପବନକୁ ଭଲପାଉଥିବା ଗେଡିଆପଲ୍ଲୀ ଗ୍ରାମର କନ୍ୟାରତ୍ନ ଭବିଷ୍ୟତରେ ନିଜ ପଢାରେ ଆହୁରି ଅଧିକ ସଫଳତା ପାଆନ୍ତୁ । ଓଡିଆ ଭାଷାକୁ ଦୁର୍ବଳ କହୁଥିବା ଉତ୍ତରରେ ବିଦୁସ୍ମିତା କୁହନ୍ତି – ମୁଁ ଓଡିଆ, ମୋ ଭାଷା ମଧ୍ୟ ଓଡିଆ । ତେଣୁ ଜଣେ ଓଡିଆ ହିସାବରେ ଅନ୍ୟ ଭାଷାକୁ ସମ୍ମାନ ଦେବା ସହିତ ନିଜ ଭାଷାକୁ ମଧ୍ୟ ଭଲ ପାଆନ୍ତୁ ।

LEAVE A REPLY

Please enter your comment!
Please enter your name here