ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେଶପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଏବଂ ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତପନ କୁମାର ପ୍ରଧାନଙ୍କ ପରିଚାଳନାରେ ଡାକ୍ତର ଶୁଭାଶିଷ ଦାସଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଚକ୍ଷୁ ଚିକିତ୍ସା ସେବା ପ୍ରଦାନ କରିଥିଲେ। କୁମାରାଙ୍ଗ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମରୁ ୧୧୫ ଜଣ ରୋଗୀଙ୍କର ପଞ୍ଜୀକରଣ କରାଯାଇ ଚକ୍ଷୁ ଚିକିତ୍ସା କରାଯାଇଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ରୋଗୀଙ୍କର ଚକ୍ଷୁ ମୋତିଆ ବିନ୍ଦୁ ହୋଇଥିବା ଚିହ୍ନଟ କରାଯାଇଛି । ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଚିହ୍ନଟ ରୋଗୀ ମାନଙ୍କୁ ଆଇକେୟାର ଡାକ୍ତରଖାନା ପକ୍ଷରୁ ଚକ୍ଷୁ ଅସ୍ତ୍ରୋପ୍ରଚାର ପାଇଁ ଭୁବନେଶ୍ବର ପଠାଯାଇଥିଲା । ମାଗଣାରେ ସେମାନଙ୍କର ଅସ୍ତ୍ରୋପ୍ରଚାର କରାଯିବା ସମ୍ପର୍କରେ ସୂଚନା ମିଳିଛି । ଏହି ଶିବିରକୁ ସ୍ଥାନୀୟ ସମାଜସେବୀ ସନାତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶ୍ବରଂଜନ ପ୍ରଧାନ ( ଦି ବ୍ଲଡ଼ ଡୋନର ଓଡ଼ିଶା ସଭାପତି) , ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ( ଜୟ ହିନ୍ଦ୍ ସେବା ଫାଉଣ୍ଡେସନ) ଆବାହକ ଏସ୍.କେ.କୌସର୍ ଓ ବିରକେଶପୁର ୬ ନଂ ୱାର୍ଡସଭ୍ୟ ସଂଗ୍ରାମ କେଶରୀ ପ୍ରଧାନ, ସେଣ୍ଟ ଜାଭିୟର ସ୍କୁଲ ଶିକ୍ଷକ ଶୁଭମ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ବିକାଶ କୁମାର ସେଠୀ, ବିଶ୍ୱଜିତ୍, ବାଦଲ, ଚନ୍ଦନ, ନଉସାଦ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସ୍ବେଚ୍ଛସେବୀ ସଙ୍ଗଠନ ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁବ ପ୍ରଂଶସା କରିଥିଲେ ।
ବାଣପୁରରେ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଏବଂ ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ !!!

