ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ବ୍ଲକର ଢଂସର ପଞ୍ଚାୟତ ମା’ବେଲାବେଳୀଙ୍କ ପୀଠରେ ମହାପର୍ଵତ ସାହିତ୍ୟ ସଂସଦ ର ୧୫ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ବସନ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ଵେଳେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପବନି ଜେନା, ମୁଖ୍ୟ ବକ୍ତା ଭାବେ ଦିବ୍ୟଲୋଚନ ଭାରିମଲ୍ଲ ପ୍ରମୂଖ ଯୋଗ ଦେଇଥିଲେ । ସାହିତ୍ୟ ଆସର କାର୍ଯ୍ୟକ୍ରମକୁ ମାନସରଞ୍ଜନ ପଟ୍ଟନାୟକ ସଂଚାଳନ କରିଥିବା ବେଳେ ବିଜୟ କୁମାର ପଟ୍ଟନାୟକ ଗ୍ରାମର ଛୋଟ ଛୋଟ ପିଲା ମାନଙ୍କ ଦ୍ଵାରା ସଙ୍ଗୀତ ନୃତ୍ୟ ପରିବେଷଣ କରାଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ କବି, କବୟିତ୍ରୀଙ୍କ ମନୋରଞ୍ଜନ କରିଥିଲେ । ଉପସ୍ଥିତ ଅତିଥିମାନେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ଜେନା କରୋନା ସଚେତନତା ଉପରେ ଆଲୋଚନା କରିବା ସହିତ ବାଙ୍କୀ ର ପାଖାପାଖି ଅଞ୍ଚଳରେ ଏହାର ପ୍ରଭାବ ପଡିଛି ବୋଲି କହିଥିଲେ । ଏହି ଉତ୍ସବରେ କବି ଜଗଦୀଶ ପାତ୍ର ଙ୍କୁ “ଶଂଖନାଦ” ସମ୍ମାନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କବି ବିଶ୍ବଜିତ୍ ମହାପାତ୍ର, ସୁଦର୍ଶନ ସାହୁ, ରାଧାରାଣୀ ମହାପାତ୍ର ପ୍ରମୁଖ ପରିବେଶ ସୁରକ୍ଷା ପାଇଁ କବିତା ମାଧ୍ୟମରେ ସମସ୍ତ ଙ୍କୁ ଅବଗତ କରାଇଥିଲେ । ବାଙ୍କୀ ର ଆଖପାଖ ଅଞ୍ଚଳରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ ।