ଅଙ୍ଗନୱାଡି କର୍ମୀଙ୍କ ଚଞ୍ଚକତା କୁ ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ !!!

0
162

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଅଙ୍ଗନୱାଡି କର୍ମୀ ଙ୍କ ଚଞ୍ଚକତା କୁ ନେଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ ତ୍ରିଲୋଚନ ବେହେରା l ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବିଲବଳରାମ ପୁର “ଖ” ଅଙ୍ଗନୱାଡି କେନ୍ଦ୍ର ର ତଥ୍ୟ ମଗାଇ ଥିଲେ ସୂଚନା ଅଧିକାର କର୍ମୀ ତ୍ରିଲୋଚନ l ତଥ୍ୟ ପାଇବା ପରେ ଜାଣିବାକୁ ପାଇଥିଲେ ଯେ ସେହି ଅଙ୍ଗନବାଡି କେନ୍ଦ୍ରରେ ଚଞ୍ଚକତା କରାଯାଇଛି l ବିଲବଳରାମପୁର ଖ ଅଙ୍ଗନୱାଡି କେନ୍ଦ୍ର ସ୍କୁଲ ବଦଳରେ କୁକୁଡ଼ା ଫାର୍ମ ରେ ଚାଲିବା ଏବଂ କର୍ମୀ ଙ୍କ ଗ୍ରାମରେ ନଥିବା ପିଲା ମାନଙ୍କ ଜନ୍ମ ପଞ୍ଜିକରଣ ରେ ଚଞ୍ଚକତା କରିବା l ଏଥି ସହ ଜାଲ ଅଣ୍ଡା ଓ ଛତୁଆ ଭାଉଚର ପ୍ରଦାନ, କରୋନା ସମୟରେ ତିନି ବର୍ଷ ରୁ ଛ ବର୍ଷ ପିଲାଙ୍କୁ 20 ଟା ଅଣ୍ଡା ବଦଳରେ କମ ପ୍ରଦାନ ଭଳି ଅନେକ ଘଟଣା l ଯାହାକୁ ନେଇ ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଧୀରେ ଧୀରେ ଖୋଲିବାକୁ ଲାଗିଥିଲା ବିଳବଳରାମପୁର ଖ ଅଙ୍ଗନୱାଡିର ଗୁମର l ଏମିତି କି ଛାତ୍ର ଛାତ୍ରୀ ଗାଁ ରେ କେହି ନ ଥିବା ବେଳେ ଏମାନଙ୍କ ନାମ କୁ ପଞ୍ଜିକୃତ କରି ବର୍ଷ ବର୍ଷ ଧରି ଏମାନଙ୍କ ନାମରେ ଉଠୁଥିଲା ଅଣ୍ଡା ଛତୁଆ ଭଳି ବିଭିନ୍ନ ସାମଗ୍ରୀ l ଯାହାକୁ ନେଇ ଆଜି ଶ୍ରୀ ବେହେରା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l ଅନ୍ୟ ପକ୍ଷରେ ଶ୍ରୀ ବେହେରା ଙ୍କ ଅଭିଯୋଗ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଉପଜିଲ୍ଲାପାଳ ମାର୍ଶାଘାଇ ସିଡିପିଓ ଙ୍କୁ ଦାୟିତ୍ୱ ଦେଇଥିବା ଜଣା ପଡିଛି l ତେବେ ଏଭଳି ଚଞ୍ଚକତା ଚଳାଇଥିବା ଅଙ୍ଗନୱାଡି କର୍ମୀ ଙ୍କ ଉପରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ତାହାହିଁ ଦେଖିବାକୁ ବାକି l

LEAVE A REPLY

Please enter your comment!
Please enter your name here