ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢାପଙ୍କ ରେଲୱେ ଷ୍ଟେସନ ଠାରେ କେନ୍ଦ୍ରମନ୍ତ୍ରୀ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ବୁଢାପଙ୍କ ତଥା ଆଖାପାଖ ଗ୍ରାମବାସୀ । ବୁଢାପଙ୍କ ଷ୍ଟେସନ୍ କୁ ରାସ୍ତା ଓ ଗ୍ରାମର ସ୍ଥାୟୀ ପାନୀୟଜଳ ର ସମସ୍ୟା ନେଇ ବୁଢାପଙ୍କ ଗ୍ରାମବାସୀ ବୁଢାପଙ୍କ ରେଲୱେ ଷ୍ଟେସନ ଠାରେ ଦାବି ପତ୍ର ପ୍ରଦାନ କରିଛନ୍ତି । ୫୫ ନଂ ଜାତୀୟ ରାଜପଥ ଠାରୁ ବୁଢାପଙ୍କ ରେଲୱେ ଷ୍ଟେସନ କୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୫ ରୁ ୨୦ ଟି ପଞ୍ଚାୟତ ର ଲୋକମାନେ ଦୈନନ୍ଦିନ ୩୦ ହଜାର ରୁ ୪୦ ହଜାର ଲୋକ ଉକ୍ତ ରାସ୍ତା ଦେଇ କଳକାରଖାନା , ଚିକିତ୍ସାଳୟ ସ୍କୁଲ / କଲେଜ ଓ ମୁଖ୍ୟତ ନିଜସ୍ବ ଚାଷ ଜମିକୁ ଯିବା ଆସିବା କରିଥାନ୍ତି । ଆଜକୁ ପ୍ରାୟ ୩ ବର୍ଷ ରୁ ଉର୍ଦ୍ଧ୍ବ ହେବ , ଏହି ରାସ୍ତା ଦେଇ ଗମନା ଗମନ ବନ୍ଦ ହୋଇପଡିଛି । ମାନ୍ୟବର କେନ୍ଦ୍ର ଶିକ୍ଷା ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ, ପ୍ରକାଶ କୁମାର ସିଂହ , ବିକାଶ ସାମଲ, ଗୋକୁଳାନନ୍ଦ ଲେଙ୍କା, ବୁନା ଜେନା, ବାବୁଲି ସିଂହ, ମାନସ ମହାନ୍ତି, ଅକ୍ଷୟ ବିଶୋଇ, ବଛଳ ସାମଲ, ସତ୍ୟନନ୍ଦ ପୃଷ୍ଟି, ସମିତି ସଭ୍ୟ ପାପୁନ ବେହେରା, ପ୍ରଶ୍ନ ମହାନ୍ତି, ରତ୍ନପ୍ରଭା ଭୁତିଆ ଏବଂ ଗ୍ରାମବାସୀ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବୁଢାପଙ୍କ ଠାରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
ରାସ୍ତା ଏବଂ ପାନୀୟ ଜଳ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ବୁଢାପଙ୍କ ଠାରେ ଦାବି ପତ୍ର ପ୍ରଦାନ !!!

