ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର 2 ଜଣଙ୍କୁ ଜାତୀୟ ସେବା ଯୋଜନା ଦିବସ ଅବସରରେ ସମ୍ମାନୀତ କରାଯାଇଥିବା ଜଣା ପଡ଼ିଛି । 2 ଜଣଙ୍କ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟର ସ୍ବେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ରହିଛନ୍ତି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏମାନଙ୍କୁ ବିଭିନ୍ନ ସେବା ପାଇଁ ସମ୍ମାନିତ କରାଯାଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଠାରେ ଥିବା ମହିଳା ମହା ବିଦ୍ୟାଳୟର ଏନ.ଏସ.ଏସ ର କାର୍ଯ୍ୟକ୍ରମ ଅଧିକାରିଣୀ ଡକ୍ଟର ଭାରତୀ ପାଣିଗ୍ରାହୀଙ୍କୁ ଉତ୍ତମ ପ୍ରୋଗ୍ରାମ ଅଫିସର ଭାବେ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରଜ୍ଞାବତୀ ରଇତଙ୍କୁ ଏନ. ଏସ.ଏସର ଉତ୍ତମ ସ୍ବେଚ୍ଛାସେବୀ ଭାବେ ସେବା ନାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ପ୍ରମୁଖଙ୍କ ସହ ବିଶ୍ଵ ବିଦ୍ୟାଳୟର ଏନ ଏସ ଏସ ବ୍ୟୁରୋର ଅଧିକାରୀ ଙ୍କ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ ଅଧ୍ୟାପିକା ଡକ୍ଟର ପାଣିଗ୍ରାହୀ ମହିଳା ମହାବିଦ୍ୟାଳୟରେ ଗତ 3ବର୍ଷ ଧରି ଏନ ଏସ ଏସର ପ୍ରୋଗ୍ରାମ ଅଫିସର ଭାବେ ଦାୟିତ୍ବ ନେବା ପର ଠାରୁ କଲେଜର ଛାତ୍ରୀ ମାନଙ୍କ ସହ ବିଭିନ୍ନ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବା , ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ କରି ଆସୁଛନ୍ତି । ବିଶେଷ କରି କରୋନା ମହାମାରୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରି ଉଚ୍ଚ ପ୍ରଶଂସିତ ହୋଇଥିବାର ଜଣା ପଡ଼ିଛି । ସେହିପରି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରଜ୍ଞାବତୀ ରଇତ ମଧ୍ୟ ଏନ.ଏସ.ଏସ ଦଳର ନେତୃତ୍ୱ ନେଇ ଖୁବ ପ୍ରଶଂସିତ କାର୍ଯ୍ୟ ମାନ କରିଥିବା ଯୋଗୁଁ ସେବା ନାୟକ ସମ୍ମାନ ସମ୍ମାନୀତ ହୋଇଛନ୍ତି । ଉଭୟ ଙ୍କୁ ଏପରି ସମ୍ମାନିତ କରାଯାଇଥିବା କୁ ନେଇ ଉଭୟ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷ। ଅଧ୍ୟାପକ ଅଧ୍ୟାପିକାଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ବୃନ୍ଦ ଓ ଛାତ୍ର ଛାତ୍ରୀ ଶୁଭେଚ୍ଛା ଜଣେଇଥିବାର ଜଣା ପଡ଼ିଛି ।
ଗଜପତି ର ସ୍ବେଚ୍ଛାସେବୀ ଓ ପିଓ ସମ୍ମାନୀତ !!!

