ସମଲିଙ୍ଗୀ ବିବାହ : ବିବାହ ବନ୍ଧନରେ ବାନ୍ଧି ହେଲେ କିନ୍ନର ଚିନ୍ମୟୀ ସାମଲ ।

0
230

ଅନୁଗୋଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସ୍ନେହ ପ୍ରେମ ମାନେନା ବାଧା ବନ୍ଧନ . ପରସ୍ପରକୁ ଆପଣାର କରିବାର ଇଛା ଆଗରେ ସବୁକିଛି ହାର ମାନିଥାଏ . ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମର ବବୁଲ ପ୍ରଧାନଙ୍କ ସହିତ ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର କିନ୍ନର ଚିନ୍ମୟୀ ଙ୍କ ବିବାହ ଆୟୋଜିତ ହୋଇଯାଇଛି . ଉଭୟଙ୍କ ମଧ୍ୟରେ ପାଞ୍ଚ ବର୍ଷର ପ୍ରେମ ସମ୍ପର୍କ ଥିବା ବେଳେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ . ସୂଚନାଯୋଗ୍ୟ ଯେ ଉଭୟ ପରିବାର ର ସହମତିରେ ବିବାହ ହୋଇଥିଲା । ବିବାହ ବନ୍ଧନରେ କିନ୍ନର ଚିନ୍ମୟୀ ସାମଲ ବାନ୍ଧି ହୋଇଥିବା ସମୟରେ ତାଙ୍କର ବହୁ ଶୁଭେଛୁ ଉପସ୍ଥିତ ରହି ଉଭୟଙ୍କୁ ଶୁଭକାମନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here