” ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକ ର ସ୍ଥିତି ” ଆଲୋଚନାଚକ୍ର ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ନାଟ୍ୟ ସଂଘ ଦିବସ ରେ “ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକ ର ସ୍ଥିତି ” ଆଲୋଚନାଚକ୍ର ଆୟୋଜିତ ! ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ ବ୍ୟାୟାମଶାଳା ପରିସରରେ ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗ ବା ଡିଜିଟାଲ ଯୁଗରେ ମଞ୍ଚ ନାଟକର ସ୍ଥିତି ବିଷୟକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ସଂଘର ଗଜପତି ଜିଲ୍ଲା ସଂଯୋଜକ ମନୋଜ ପାଢ଼ୀ ସଭାପତିତ୍ବ କରିଥିଲେ ! ମୁଖ୍ୟ ଆଲୋଚକ ଭାବେ ପ୍ରାଧ୍ୟାପକ ତଥା ମଞ୍ଚ କଳାକାର ଅଶୋକ ମିଶ୍ର ଥିବା ବେଳେ ଅନ୍ୟତମ ଅତିଥି ଭାବେ କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଯୁବ ମଞ୍ଚ କଳାକାର ଆଦର୍ଶ ଦାସ ମଞ୍ଚରେ ଉପସ୍ଥିତ ରହି ଆଲୋଚନା ବିଷୟବସ୍ତୁ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ବିଶେଷ କରି ଡିଜିଟାଲ ଯୁଗକୁ ତାଳ ଦେଇ ନାଟକର ରୂପାନ୍ତରିତ ହୋଇ ଭିନ୍ନ ସ୍ଵାଦରେ ବିଭିନ୍ନ ପ୍ରକାରର ପରିବେଷଣ ହୋଇପାରିଛି କିନ୍ତୁ ଯୁବ ଦର୍ଶକଙ୍କୁ ଆକୃଷ୍ଟ କିପରି ହୋଇପାରିବ , ଡିଜିଟାଲର ଦୁନିଆରେ ନାଟକ ଅଧିକ କିପରି ପ୍ରବେଶ କରିପାରିବ, ପାରଳାଖେମୁଣ୍ଡିରେ ନାଟକର ଅଭାବ ନାହିଁ କି କଳାକାରଙ୍କ ଅଭାବ ନାହିଁ କି ଦର୍ଶକଙ୍କ ଅଭାବ ନାହିଁ , କିନ୍ତୁ ପୃଷ୍ଟପୋଷକତାର ଅଭାବ ସୃଷ୍ଟି ହୋଇଛି । ଯେଉଁଥିପାଇଁ କ୍ରମାଗତ ଭାବରେ ନାଟକ ପରିବେଷଣ ହେବାରେ ସମସ୍ୟା ଉପୁଜିଛି । ଏହିପରି ଭାବରେ ନାଟକ କ୍ଷେତ୍ରର ସଫଳତା ଓ ସମସ୍ୟାକୁ ନେଇ ମଞ୍ଚରେ ଥିବା ଅତିଥି ଓ ଉପସ୍ଥିତ ଥିବା ନାଟ୍ୟପ୍ରେମି ମଧ୍ୟରେ ଏକ ଦୀର୍ଘ ସମୟ ନାଟ୍ୟ ଚର୍ଚ୍ଚା ହେଇଥିଲା । ପରେ ଶିଶୁ କଳାକାର ମାନେ ନିଜର ଅଭିନୟ ପ୍ରଦର୍ଶନ କରିବା ସହ ପୁରସ୍କାର ବିତରଣ ହୋଇଥିଲା ।

Leave a Reply

Your email address will not be published. Required fields are marked *