ପାରଳା ପୌର ପରିଷଦ ଅଞ୍ଚଳରେ ବଢୁଛି ବୁଲା କୁକୁରଙ୍କ ଉପଦ୍ରବ !!!

0
180

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଏକ ପୁରାତନ ପୌର ପରିଷଦ ଅଟେ । ଏହି ପୌର ପରିଷଦ ରେ ଦୀର୍ଘ ଦିନ ହେଲା କୁକୁର ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଉପଦ୍ରବ ବଢ଼ିବାରେ ଲାଗିଛି । ସକାଳ ଓ ସନ୍ଧ୍ୟା ସମୟରେ ଭ୍ରମଣ ବା ମନ୍ଦିର ଯିବା ବେଳେ ବରିଷ୍ଠ ନାଗରିକ , ଜନ ସାଧାରଣ , ଛାତ୍ର ଛାତ୍ରୀ ଟିୟୁସନ ଯିବା ସମୟରେ ଭୟଭୀତ ହେଉଛନ୍ତି । ରାସ୍ତାରେ ଯିବା ସମୟରେ କୁକୁର ହଠାତ ଉପରକୁ କାମୁଡିବାକୁ ଆସନ୍ତି । ଯାହା ଫଳରେ ଜନ ସାଧାରଣ ଭୟଭୀତ ହେଉଛନ୍ତି । ଏହି ସମସ୍ୟା ଦୀର୍ଘ ଦିନ ର ସମସ୍ୟା ଅଟେ । ଏହି ବିଷୟରେ ସାମାଜିକ କର୍ମୀ ମାନେ ମଧ୍ୟ ପୌର ପରିଷଦ ଅଧିକାରୀଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ । କିନ୍ତୁ ପୌର ପରିଷଦ କିଛି ପଦକ୍ଷେପ ନ ନେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହା ଦ୍ବାରା ମଧ୍ୟ ଛୋଟ ମୋଟ ଦୁର୍ଘଟଣା ହେଉଛି । କଣ କରାଗଲେ ଏହାର ସ୍ଥାୟୀ ସମାଧାନ ହୋଇ ପାରିବ ତାହା ସମସ୍ତ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲ୍ଲା ପ୍ରଶାସନକୁ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ବୈଠକରେ ଏ ବିଷୟରେ ଅବଗତ କରାଇଛନ୍ତି । କିନ୍ତୁ ଏହାର ପଦକ୍ଷେପ ନିଆ ଯାଉନଥିବା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here