ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତିର ଜନକ ମହାତ୍ମା ଗାନ୍ଧି ଙ୍କ ୧୫୩ ତମ ଜୟନ୍ତୀ ଉତ୍ସବ ପାଳିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖମୁଣ୍ଡିର ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ପାଳିତ ହୋଇଯାଇଛି ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାବରା ତିରୁପତି ରାଓ – ସଭାପତି , ଜିଲ୍ଲା ପରିଷଦ ଗଜପତି , ସଭାପତି ଭାବେ ଲିଙ୍ଗରାଜ ପଣ୍ଡା – ଜିଲ୍ଲାପାଳ, ଗଜପତି ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ନିର୍ମଳା ସେଠୀ – ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି , ଜୟରାମ ଶତପଥି – ଆରକ୍ଷୀ ଅଧିକ୍ଷକ, ଗଜପତି, ସଂଗ୍ରାମ ଶେଖର ପଣ୍ଡା – ଅତିରିକ୍ତ ଜିଲ୍ଲାପାଳ, ଗଜପତି, ଆଲୋକ କୁମାର ପ୍ରଧାନ , ଉପ-ଜିଲ୍ଲାପାଳ, ପାରଳାଖେମୁଣ୍ଡି , ଫାଲଗୁନି ମାଝି , ପି.ଏ, ଆଇ.ଟି.ଡି.ଏ., ପାରଳାଖେମୁଣ୍ଡି, ଜୁବିଲି ଚରଣ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପରିଷଦ ପାରଳାଖେମୁଣ୍ଡି ଏବଂ ମୁଖ୍ୟ ବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ରାଜ୍ୟ ଉପସଭାପତି, ଉତ୍କଳ ସମ୍ମିଳନୀ ଯୋଗଦାନ କରି ଜାତିର ପିତା ମହାତ୍ମା ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ । ସଭା କାର୍ଯ୍ୟରେ ଭକ୍ତି ସଙ୍ଗୀତ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ଗାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ୪:୩୦ମି ସମୟରେ ସହରରେ ରାମଧୁନ ପରିବେଶଣ ଓ ସକାଳ ୭ ଘଟିକା ସମୟରେ ଗୌରହରି ପାଠାଗାର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାର୍ଲ୍ୟ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ସେଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ବରିଷ୍ଠ ବିଭାଗର ପ୍ରଥମ ସ୍ଥାନରେ ପାୟଲ ପାତ୍ର, ଦ୍ବିତୀୟରେ ଉନା ଚେତନା, ତୃତିୟରେ ପ୍ରିୟଙ୍କା ଦାସ ସେହିପରି କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ ବର୍ଷିତା ଦାସ, ଦ୍ୱିତୀୟରେ ନିଳାଦ୍ରି ଦାସ, ତୃତିୟରେ ରେଖା ବାରିକଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | ସେହିପରି ପାରଳାଖେମୁଣ୍ଡି ପୌରପରିଷଦର ୧୬ଟି ବସ୍ତି ମଧ୍ୟରୁ ଶ୍ରେଷ୍ଠ ୩ଟି ବସ୍ତିକୁ ସ୍ୱଚ୍ଛ ଓ ପରିଚ୍ଛନ୍ନତା ବଜାଇ ରଖିଥିବାରୁ ସେହି ବସ୍ତି ତଥା ରାମ ନଗର ବସ୍ତି (ୱାର୍ଡ-୧), ହାଟପଦା ବସ୍ତି (ୱାର୍ଡ-୩) ଓ ତେଲୁଗୁ କୁମ୍ଭାର ସାଇ (ୱାର୍ଡ-୭)ଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷତ୍ରୀ, ବୁଦ୍ଧିଜିବୀ, ସାମାଜିକ କର୍ମୀ, ସାମ୍ବାଦିକ , କର୍ମଚାରୀ ଗଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ନରସିଂହ ବାଜୁବନ୍ଦ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

