ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଅବହେଳା : ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି BSKY କାର୍ଡ଼ଧାରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାର ୫ ଟି ଘରୋଇ ଚିକିତ୍ସାଳୟରେ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା କାର୍ଡ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ରୋଗୀ ମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ନିଶ୍ଚେତକ ବିଭାଗର ଡାକ୍ତର ରହୁ ନଥିବାରୁ ଆସୁଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଫଳରେ ରୋଗୀ ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ଅପରେସନ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି । ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ ବୀମାରେ ଚିକିତ୍ସା ପାଇଁ ଘୋଷଣା କରାଯାଇଥିବା ୫ଟି ଚିକିତ୍ସାଳୟକୁ ପ୍ରତିଦିନ ଶହଶହ ରୋଗୀ ଆସୁଛନ୍ତି । ମାତ୍ର ସିଡିଏମ୍‌ଓଙ୍କ ଅବହେଳାରୁ ଏମ୍ଓୟୁ ଦସ୍ତଖତ ହୋଇପାରି ନଥିବାରୁ ରୋଗୀମାନେ ବହୁ ହନ୍ତସନ୍ତ ହେଉଛନ୍ତି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୟାଗଡ଼ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି । ସୂଚନା ଥାଉକି, ରାଜ୍ୟରେ ୫-ଟି ଯୋଜନା କାର୍ଯ୍ୟକାରୀ ହେଉଥିଲା ବେଳେ ନୟାଗଡ଼ ଜିଲ୍ଲାରେ ଜିଲା ସ୍ବାସ୍ଥ୍ୟ ବିଭାଗର ଅବହେଳା କାହିଁକି ହେଉଛି ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ ନୟାଗଡ଼ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *