ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା କଂଗ୍ରେସ ତରଫରୁ କଳିଙ୍ଗନଗର ଗଣହତ୍ୟା ରେ ପ୍ରାଣ ହରାଇଥିବା ଆଦିବାସୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପୂର୍ବକ ତତ୍କାଳୀନ ସରକାରଙ୍କ କମ୍ପାନୀ ପ୍ରିତୀ ନୀତିକୁ ସମାଲୋଚନା କରାଯାଇଛି . ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରୁଥିବା ଆଦିବାସୀମାନେ ପୁଲିସ ର ବର୍ବର ଆକ୍ରମଣର ଶୀକାର ହୋଇ ପ୍ରାଣ ହରାଇଥିଲେ . ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାସଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଏକତ୍ରିତ ହୋଇ କଳିଙ୍ଗନଗରରେ ପ୍ରାଣ ହରାଇଥିବା ଆଦିବାସୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ . ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି ଅନୁଯାୟୀ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବ ସହିତ ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ କରାଯାଇଛି . କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଣଜିତ ଦାସ , ହୁସେନ ଖାଁ , ସୁକାନ୍ତ ଶତପଥୀ , ଲକ୍ଷ୍ମଣ ଜେନା , ନିର୍ମଳ ରଥ , ଲଡ଼ୁକେଶ୍ୱର ଷଡ଼ଙ୍ଗୀ , ଅଶୋକ ନାୟକ , ପ୍ରତୀକ ମହାପାତ୍ର , ଚନ୍ଦନ ମହାଳିକ ପ୍ରମୂଖ ଉପସ୍ଥିତ ରହିଥିଲେ .