ଆଦିବାସୀ ଅଞ୍ଚଳରେ ନିର୍ମାଣ ହେବ ମୋବାଇଲ ଟାୱାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଯୋଗାଯୋଗର ମାଧ୍ୟମ ସହଜ କରିବାକୁ ଆରମ୍ଭ ହୋଇଛି ପ୍ରୟାସ ! ଡିଜିଟାଲ ଦୁନିଆରେ ସାଧାରଣ ଲୋକଙ୍କ ନିତ୍ୟାନ୍ତ ଆବଶ୍ୟକ ରାସ୍ତା ଘାଟ ପାନିୟ ଜଳ ଭଳି ନେଟୱର୍କ ସେବା ! ନୟାଗଡ ଜିଲ୍ଲାରେ ଏମିତି କିଛି ଆଦିବାସୀ ଅଞ୍ଚଳ ଅଛି ଯେଉଁଠି ନେଟୱର୍କ ସେବା ରୁ ବଞ୍ଚିତ ହୋଇଥିଲେ ଆଦିବାସୀ । ଫଳରେ ସରକାରୀ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ମଧ୍ୟ ଭୋଗୁଥିଲେ ! ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କାପ୍ତାପଲ୍ଲୀ ପଞ୍ଚାୟତ ର ନବ ନିର୍ବାଚିତ ଯୁବ ସରପଞ୍ଚ ସାରସଧର ସାହୁ , ଏ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ ! ଶ୍ରୀ ବେହେରା ଙ୍କ ଉଦ୍ୟମ ଫଳରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଭୁବନେଶ୍ୱର ରୁ ସାଇଟ୍ ସିଲେସ୍କନ ଅଫିସର ଓ ବାହାଡ଼ା ଝୋଲା ରାଜସ୍ବ ନିରୀକ୍ଷକ ସୁବାସ ଚନ୍ଦ୍ର ମିଶ୍ର ଓ ସ୍ଥାନୀୟ ସରପଞ୍ଚ ସାରସଧର ସାହୁ ପହଂଚି ଆଦିବାସୀ ଅଂଚଳର ଚାରୋଟି ଗାଁ ଫାମ୍ପୁଣୀ, ବଡତାମନାଡ ସାନତାମନାଡ, ଦିଗ ଭଳି ଦୁର୍ଗମ ଅଞ୍ଚଳ ରେ ଟାୱାର ପାଇଁ ସ୍ଥାନ ନିରୂପଣ କରିଛନ୍ତି । ଯାହା ନିଜ ଗ୍ରାମ ରେ ଟାୱାର ସେବା ପାଇବା ଜାଣି ଅଞ୍ଚଳ ର ଯୁବ ଗୋଷ୍ଠୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *