ନାବାଳିକା ଛାତ୍ରୀ ଗର୍ଭବତୀ ମାମଲା : କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚାର ଧାରଣା !!!

0
181

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି ଯୁବମୋର୍ଚ୍ଚା । ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବମୋର୍ଚ୍ଚାର ସଦସ୍ୟ ମାନେ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ପ୍ରକାଶ ଥାଉକି, ଜିଲ୍ଲାରେ ଥିବା ଅନ୍ୱେଷା ଛାତ୍ରାବାସରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ । ଏହାପରେ ତାଙ୍କର ପ୍ରସବ ପରେ ଉଭୟ ନବଜାତ ଶିଶୁ ଓ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏନେଇ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ବୋଲି ଯୁବମୋର୍ଚ୍ଚା ସଭାପତି ଅଭିଯୋଗ କରିଛନ୍ତି । ସଭାପତି କହିଛନ୍ତି ଯେ, ପ୍ରଶାସନ କେବଳ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିରେ ହଷ୍ଟେଲ୍‌ର କେବଳ ମାଟ୍ରୋନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । କିନ୍ତୁ ଏଥିରେ ଅନ୍ୟ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ପ୍ରଶାସନ ଚୁପ୍‌ ବସିଛି । ପୀଡ଼ି଼ତା ପରିବାରକୁ କ୍ଷତିପୂରଣ ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଜିଲ୍ଲା ଯୁବମୋର୍ଚ୍ଚା । ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର କହିଛନ୍ତି । ଏହି ଧାରଣାରେ ବରିଷ୍ଠ ବିଜେପି ନେତା ରାମବିଶି ଡିଗାଲ ଓ ଦେବ ନାରାୟଣ ପ୍ରଧାନଙ୍କ ସହିତ ବହୁ ଯୁବ ମୋର୍ଚ୍ଚା ନେତା ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here