ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ପୁରୁଣା ଭୁବନେଶ୍ବରର ଅଗ୍ରଣୀ ସାମାଜିକ ସଂଗଠନ ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସର ସଫେଇ ! ପଵିତ୍ର କାର୍ତ୍ତିକ ମାସରେ ବାବା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ସମାଗମ ଅଧିକ ହେଉଥିବାରୁ , ମନ୍ଦିର ପରିସର ସଫେଇ ପାଇଁ ନିର୍ଭୟା ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ! ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଦୀର୍ଘ ତିନି ବର୍ଷ ଧରି ବିଭିନ୍ନ ସାମାଜିକ କାମ ଜାରି ରଖିଛି ନିର୍ଭୟା ଚ୍ୟାଟିଟେବଲ ଟ୍ରଷ୍ଟ ! ସଫେଇ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରିତୁରାଣୀ ସାସମଲ , ସାଧାରଣ ସମ୍ପାଦକ ସନ୍ଧ୍ୟାରାଣୀ ବିଶୋଇ , କୋଷାଧ୍ୟକ୍ଷ ମମତା ସ୍ୱାଇଁ, ପ୍ରିୟା ଗଡ଼ନାୟକ , ଶାଶ୍ଵତୀ ନାୟକ , ଆରତୀ ଦାଶ, ସ୍ଵର୍ଣ୍ଣଲତା ବେହେରା ଏବଂ ଅନ୍ୟ ସଭ୍ୟା ମାନେ ଉପସ୍ଥିତ ରହି ମନ୍ଦିର ପରିସର ସଫା କରିଥିଲେ ! ଆଗାମୀ ଦିନରେ ସଂଗଠନ ତରଫରୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ଅନ୍ୟାନ୍ୟ ଦେବାଳୟ ପରିସର ସଫେଇ ପାଇଁ ଯୋଜନା ହୋଇଥିବା କଥା ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି !
ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସଫେଇ !!!

