ବାଣପୁର ରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ଲିଗାଲ ୟୁନିଟ ର ବାର୍ଷିକ ଉତ୍ସବ ଅବସରରେ ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃନୀଳୟ ଠାରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅମୃତ ମହୋତ୍ସବ ଅବସରରେ ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଅରବିନ୍ଦ ଲିଗାଲ ୟୁନିଟ ର ଆବାହକ ଆଇନିଜୀବି ଶେଷଦେବ ମହାରଣାଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଶିଶୁ ଅପରାଧ ଓ ତହିଁ ନିମନ୍ତେ ଆଇନ ର ବ୍ୟବସ୍ଥା ଏବଂ ଦିବ୍ୟ ସମାଜ ର ଶିଶୁ ଙ୍କ ବିଷୟ ଉପରେ ଅବସରପ୍ରାପ୍ତ ବିଚାରପତି ତଥା ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଜିଲ୍ଲା ଜଜ ପ୍ରକାଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତାଭାବେ କାଳୁପଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ସଞ୍ଜୟ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ଶ୍ରୀ ଅରବିନ୍ଦ ଲିଗାଲ ୟୁନିଟର ଆବାହକ ଅକ୍ଷୟ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବି ଗୈାରୀ ଶଙ୍କର ଷଡ଼ଙ୍ଗୀ, ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଲିଗାଲ ୟୁନିଟର ଦ୍ଵାରା ଶିଶୁ ସୁରକ୍ଷା ଓ ଶିଶୁ ଅଧିକାରୀ ଆଇନ ସମ୍ବନ୍ଧରେ ମତପ୍ରକାଶ କରିଥିଲେ । ଏହି ଅବସରରେ ସଭା ପ୍ରାରମ୍ଭ ରୁ ଶିକ୍ଷୟତ୍ରୀ ପ୍ରଣତି ମହାରଣା ଓ ଅରୋଜ୍ୟୋତି ଦାସ ମାତୃ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *