ବାଣପୁରରେ କାର୍ତ୍ତିକେୟ ଓ ମା ଜଗଦ୍ଧାତ୍ରୀ ଙ୍କ ବିସର୍ଜନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ମହାକାର୍ତ୍ତିକ ମାସରେ ବାଣପୁର ବିଜ୍ଞାପିତ ଅଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ପୂଜା ପାଉଥିବା ମା ଜଗଦ୍ଧାତ୍ରୀ ଓ କାର୍ତ୍ତିକେୟ ଦେବଙ୍କ ମୃଣ୍ମୟ ମୂର୍ତ୍ତି ମାନଙ୍କର ବିସର୍ଜନ ଆଜି ସନ୍ଧ୍ୟାରେ ମହା ସମାରୋହରେ କରାଯାଇଛି । ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ପାଟ ପଟୁଆର ରେ ମୂର୍ତ୍ତି ମାନଙ୍କୁ ନେଇ ସହର ପରିକ୍ରମା କରିବା ସହ ଶାଳିଆ ଡ଼୍ୟାମ ଓ ପୋଖରୀ ମାନଙ୍କରେ ବିସର୍ଜନ କରିଥିଲେ । ଏହି ଭସାଣି ଉତ୍ସବ ସମୟରେ ବାଣପୁର ବଜାରରେ ପ୍ରବଳ ମାତ୍ରାର ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *