ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପ୍ରଗତି ମହିଳା ସଂଗଠନ ଓ ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟର ପାରଳାଖେମୁଣ୍ଡିର ମିଳିତ ସହଯୋଗରେ ସ୍ଥାନୀୟ ୟୁଟେକ ଅଡିଟୋରିଅମ ଠାରେ ଶିଶୁ ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ପଣ୍ଡିତ ନରସିଂହ ଗୌଡ, ମୁଖ୍ୟବକ୍ତା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ସମ୍ମାନୀତ ଅତିଥି ଭାବେ ଲୋକନାଥ ମିଶ୍ର ଯୋଗଦାନ କରିଥିବା ବେଳେ କଳ୍ପନା ପଟ୍ଟନାୟକ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ ଶିଶୁର ମନସ୍ତତ୍ତ୍ୱକୁ ନେଇ ତାର ମୂଲ୍ୟବାନ ଜୀବନକୁ ସମାଜର ସବୁ ବର୍ଗର ଲୋକେ ସହଯୋଗ କରିବାକୁ ପଡିବ ଏହା ଉପରେ ଆଲୋକପାତ କରିଥିଲେ । ସଂପାଦିକା ତନୁଜା ଶତପଥି ସ୍ଵାଗତ ଭାଷଣ ଦେଇଥିଲେ । ପ୍ରାଥମିକ ସ୍ତର ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ହସ୍ତକଳା, ତର୍କ, ଚିତ୍ରକଳା, ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ । ସମସ୍ତ ବିଜୟୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ତ୍ରିପତି ପଣ୍ଡା, ପ୍ରମୋଦ ପାଢ଼ୀ , ମାନସୀ ପଣ୍ଡା, ପ୍ରଫୁଲ୍ଲ ବେବର୍ତ୍ତା, ଶ୍ରୀନିବାସ ଗୟା, ମାମୀ, ଶରତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସବିତା ପଣ୍ଡିତ ପରିଚୟ ପ୍ରଦାନ କରି ଥିଲେ । ଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।