କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଧଳାପଥର ଗ୍ରାମପଞ୍ଚାୟତର ଶ୍ରୀ ଜଗନ୍ନାଥ କ୍ଲବ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କ୍ଲବ ର ସଦସ୍ୟ ଓ ଆଞ୍ଚଳିକ ସଂଗୀତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମନାଭ ମିଶ୍ରଙ୍କ ପରିଚାଳନାରେ ଡାକ୍ତର ସ୍ମୃତିରେଖା ବାରିକ, ପ୍ରଜ୍ଞା ପ୍ରିୟଦର୍ଶିନି, ପିକୁ ବେଉରା ଚକ୍ଷୁ ଚିକିତ୍ସା ସେବା ପ୍ରଦାନ କରିଥିଲେ । ଧଳାପଥର ପଞ୍ଚାୟତ ଓ କଳାପଥର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୯ ଜଣ ରୋଗୀଙ୍କର ପଞ୍ଜୀକରଣ କରାଯାଇ ଚକ୍ଷୁ ଚିକିତ୍ସା କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୩ ଜଣ ରୋଗୀଙ୍କର ଚକ୍ଷୁ ମୋତିଆ ବିନ୍ଦୁ ହୋଇଥିବା ଚିହ୍ନଟ କରାଯାଇଛି । ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଚିହ୍ନଟ ରୋଗୀ ମାନଙ୍କୁ ଆଇକେୟାର ଡାକ୍ତରଖାନା ପକ୍ଷରୁ କଟକ ପଠାଯାଇଛି । ମାଗଣାରେ ସେମାନଙ୍କର ଅସ୍ତ୍ରୋପ୍ରଚାର କରାଯିବା ସମ୍ପର୍କରେ ସୂଚନା ମିଳିଛି । ଏହି ଶିବିରକୁ ଶିକ୍ଷୟିତ୍ରୀ ରତ୍ନପ୍ରଭା ସାହୁ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ପଦ୍ମନାଭ ମିଶ୍ର, ପ୍ରସନ୍ନ କୁମାର ସାହୁ, ସିଦ୍ଧାର୍ଥ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ସ୍ବେସ୍ବଚ୍ଛାସେବୀ ସଙ୍ଗଠନ ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁବ ପ୍ରଶଂସା କରିଥିଲେ !
ଶ୍ରୀ ଜଗନ୍ନାଥ କ୍ଲବ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର !!!

