ନିୟତି ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରର ନିୟତି ଅନୁଷ୍ଠାନ ଆନୁକୁଲ୍ୟରେ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ! ପୂର୍ବାହ୍ନରେ ନିୟତିର ସମସ୍ତ ଛାତ୍ର ଛାତ୍ରୀ (ହିତାଧିକାରୀ) ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ୪୦ ରୁ ଉର୍ଦ୍ଧ୍ୱ ସେଟ ପୋଷାକ ବିଶିଷ୍ଟ ଶିକ୍ଷାବିତ ତଥା ବୁଦ୍ଧିଜୀବୀ ମହେଶ ଚରଣ ଦାଶ ଙ୍କ ଦ୍ଵାରା ବଣ୍ଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତିର ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଯୋଗଦାନ କରି ଦେଶ ଓ ଜାତିର ଶ୍ରେଷ୍ଠତା କୁ ବୃଦ୍ଧି କରାଇବାକୁ ହେଲେ ଭାରତୀୟ ମାନେ ଭିନ୍ନକ୍ଷମଙ୍କ ପ୍ରତି ସମ୍ମାନ ଜଣାଇବାକୁ ପଡିବ ବୋଲି କହିଥିଲେ । ଅନୁଷ୍ଠାନର ସମ୍ପlଦକ ତଥା ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ସମଗ୍ର କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥଲେ ! ଭାଗବତ ପାଢ଼ୀ, ଡ.,ଅଜୟ ତ୍ରିପାଠୀ, ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶାଶ୍ଵତୀ ବେବର୍ତ୍ତା, ଅନିତା ଅଧିକାରୀ, ରୁଚି ଅଧିକାରୀ ପ୍ରମୂଖ ଯୋଗଦାନ କରିଥିବା ବେଳେ ଅଧ୍ୟାପକ ସୌଦାଗର ସିଅ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *