ଚିନ୍ମୟ ଫାଉଣ୍ଡେସନର ୧୩୯ ତମ ସାପ୍ତାହିକ କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ଭାରତ ବର୍ଷରେ କରୋନା ତଳ ମୁହାଁ ହେବାରେ ଲାଗିଥିବା ବେଳେ ସମ୍ପୂର୍ଣ୍ଣ ଭାବରେ ମହାମାରୀ କରୋନାର ବିନାଶ ନିମନ୍ତେ ଲୋକମାନଙ୍କୁ ସଚେତନ ସହ କୋଭିଡ କିଟ୍ ଓ ଅସହାୟ ମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ଅଣ୍ଟା ଭିଡ଼ିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବାଲପୁରସ୍ଥ ଅଗ୍ରଣୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ l ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୯୭୩ ଦିନ ଧରି ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କୁ ସଚେତନ ସହ କରୋନା କିଟ୍ ବଣ୍ଟନ, ଗରିବ ଓ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରି ଆସିଛି ଏହି ସଂଗଠନ l ଗତ ନଭେମ୍ବର ୧୭ ତାରିଖର ତଥ୍ୟ ଅନୁଯାୟୀ ଓଡ଼ିଶାରେ ୧୨ ଟି କରୋନା ପଜେଟିଭ ପରିଲକ୍ଷିତ ହୋଇଛି l ସଚେତନତାର ଆବଶ୍ୟକତାକୁ ଉପଲବ୍ଧି କରି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ସଂଖ୍ୟା ୯୬୭ ରୁ ୯୭୩ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଫାଉଣ୍ଡେସନର ୧୩୯ ତମ ସପ୍ତାହରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବାର ଦେଖିବାକୁ ମିଳିଛି l ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ରାକେଶ କୁମାର ଜେନା, ମାଷ୍ଟର ମିହିର କୁମାର, ଶଶିକାନ୍ତ ପଣ୍ଡା ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିବାର ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *