ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ଚକ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଜାତୀୟ ଶିକ୍ଷାନୀତି (NEP- 2020) ରେ ପ୍ରସ୍ତାବିତ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା (EARLY CHILDHOOD CARE AND EDUCATION) ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷାଣୀ ବ୍ଳକ୍ ର CDPO ଶ୍ରୀମତୀ ଗୌରୀ ନାୟକ , ସମ୍ମାନିତ ଅତିଥି ରୂପେ DIET ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଓ ପ୍ରଶିକ୍ଷିକା ଶ୍ରୀମତୀ ମମତା ଜେନା, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଡ଼ଃ. ଶଙ୍କର ପ୍ରସାଦ ବକ୍ସି, କୋଷାଧ୍ୟକ୍ଷ ଶ୍ରୀ ହରିମୋହନ ପଟ୍ଟନାୟକ,ସମିତି ସଦସ୍ୟା ଶ୍ରୀମତୀ ସୁଷମା ଦାଶ, ଶିକ୍ଷା ବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗର‌ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ୍ ଅତିଥି ରୂପେ ଯୋଗଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଶିଶୁର ଶୈଶବ ଅବସ୍ଥାରେ ଯତ୍ନ ଓ ଶିକ୍ଷାର କିପରି ବିକାଶ ହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଳକ୍ ର ICDS ସୁପର୍ ଭାଇଜର୍ ଶ୍ରୀମତୀ ରାଜେଶ୍ଵରୀ ପାତ୍ର, ଶ୍ରୀମତୀ ସାରଳା ପାତ୍ର, ଶ୍ରୀମତୀ ବି.କୋମଳାଙ୍ଗୀ, ଶ୍ରୀମତୀ D.ନାଗରତ୍ନା , ଶ୍ରୀମତୀ ଅମୀତା କୁମାରୀ ପାତ୍ର, ଶ୍ରୀମତୀ ସୁଚିତ୍ରା ସାହୁ, ଶ୍ରୀମତୀ ସବିତା ପଟ୍ଟନାୟକ, ଜିଲ୍ଲାର ବିଭିନ୍ନ ଶିଶୁ ମନ୍ଦିରର ଯାଥା- ନାରାୟଣପୁର, ରାମଗିରି,ରାୟଗଡ଼ ଆଚାର୍ଯ୍ୟ ଆଚାର୍ଯ୍ୟା,ପାରଳାଖେମୁଣ୍ଡିର ବିଭିନ୍ନ ୱାର୍ଡର ଅଙ୍ଗନବାଡ଼ି କର୍ମୀ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ସହ- ଶିକ୍ଷକ/ଶିକ୍ଷୟତ୍ରୀ,ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଗଣ ଓ ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ପ୍ରଭୃତି ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ପରି ଶେଷରେ ଶ୍ରୀମତୀ ସୁଷମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *