ଶହେ ଏକ ତମ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଶ୍ରୀ ସତ୍ୟସାଇ ବାବାଙ୍କ ଶହେ ଏକ ତମ ଜନ୍ମ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି।ସକାଳୁ ଓଁ ମ କାରମ ଓ ସୁପ୍ରଭାତ ସହ ନଗର ସଂକୀର୍ତ୍ତନ,ପ୍ରଶାନ୍ତି ପତାକା ଉତ୍ତୋଳନ କରାଯିବା ପରେ ଶ୍ରୀ ସତ୍ୟ ସାଇ ବାବାଙ୍କ ପାଲିଙ୍କି ପରିକ୍ରମା କରାଯାଇଥିଲା।ଏହି ପରିକ୍ରମାରେ ଶ୍ରୀ ସତ୍ୟ ସାଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବାବାଙ୍କ ଭକ୍ତମାନେ ଅଂଶ ଗ୍ରହଣ କରିଥିଲେ।ପରେ ସାଇବ୍ରତ ପୂଜା କରାଯାଇଥିଲା।ଶ୍ରୀ ସତ୍ୟ ସାଇ ବାବାଙ୍କ ଆଦର୍ଶ ହେଉଛି ସମସ୍ତ ଙ୍କୁ ଭଲ ପାଅ, ସମସ୍ତଙ୍କ ସେବା କରିବା, ନର ଦେହେ ନାରାୟଣ ।ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମଙ୍ଗଳ ଆଳତୀ କରାଯିବାର ବ୍ୟବସ୍ଥା ରହିଛି। ସତ୍ୟ ସାଇ ବାବାଙ୍କ ଭକ୍ତ ପରିଚାଳନାରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟ ସାଇ ବାବାଙ୍କ ବହୁଭକ୍ତ ଯୋଗ ଦେଇ ଥିଲେ।ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *