ଗଜପତି ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ !!!

0
188

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ତିନି ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜ ନହର ଛକ ଠାରୁ ଗଜପତି ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଥିଲେ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଓଡ଼ିଶାର ଡାକରା କ୍ରମେ ପାରଳାଖେମୁଣ୍ଡି ଶାଖା ତରଫରୁ ସଭାପତି ସୁମନ୍ତ ଚିନ୍ତାଡା ଓ ସମ୍ପାଦକ ମନୋଜ ଗନ୍ତାୟତଙ୍କ ନେତୃତ୍ୱରେ ତିନି ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଉକ୍ତ ଦାବି ଗୁଡିକ ହେଲା ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତି ଉଛେଦ, ଶିକ୍ଷା ସହାୟକ କାର୍ଯ୍ୟ କାଳର 6 ରୁ 8 ବର୍ଷ ସମୟର ମୂଳ ଚାକିରୀ ରେ ଗଣନା ସହ 6 ଟି ନ୍ୟାସନେଲ ଇକ୍ରିମେଣ୍ଟ ପ୍ରଦାନ, ସମସ୍ତ ଶିକ୍ଷକ ମାନଙ୍କୁ 35. 400 କେନ୍ଦ୍ରୀୟ ହାରରେ ଚାକିରୀ ଆରମ୍ଭରୁ ଦରମା ପ୍ରଦାନ ଓ ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଉଲ୍ଲେଖ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦାବିପତ୍ର ଗ୍ରହଣ କରିଛନ୍ତି !

LEAVE A REPLY

Please enter your comment!
Please enter your name here