ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ସାତ ଗୋଟି ବ୍ଲକ ଏବଂ ସମସ୍ତ ପଞ୍ଚାୟତ ସ୍ତରରେ ଅନ୍ତ ରାଜ୍ଯ ଶ୍ରମିକ ଆଇନ ଅନୁସାରେ ଥିବା ସୁବିଧା ସୁଯୋଗ ସହ ପ୍ରବାସୀ ଶ୍ରମିକ ମାନଙ୍କର ଅଧିକାର ବିଷୟରେ ପ୍ରଚାର ଓ ପ୍ରସାର କରାଯିବ । ପ୍ରବାସୀ ଶ୍ରମିକମାନେ ଶୋଷଣ ର ଶିକାର ହେଲେ ଜିଲ୍ଲାର କାହା ସହିତ ଯୋଗାଯୋଗ କରିବେ ଏବଂ ଠିକାଦାର ସେମାନଙ୍କୁ କଣ କଣ ସୁବିଧା ଦେବେ ତାହା ପ୍ରବାସୀ ଶ୍ରମିକ ମାନଙ୍କ ପାଖରେ ପହଞ୍ଚାଇବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଗ୍ରାମୀଣ ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର ଏବଂ କାର୍ଯ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।
ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ !!!

