ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ! ଆୟୋଜିତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନୁଷ୍ଠାନିକ ଭାବରେ ଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଏହି ବିଜ୍ଞାନ ମେଳାରେ ବଡଶିରେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ନରେନ୍ଦ୍ରପୁର ଜିପି ଉପେନ୍ଦ୍ର ବିଦ୍ୟାପୀଠ, ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା, ବାନାମ୍ୱର ଏକାଡେମୀ ଭୀମପୁର, ଆଦି ୮୦ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୟୁ ପି ସ୍କୁଲ ଭାଗ ନେଇଥିଲେ । ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ହରିଚନ୍ଦନ, ମନୋଜ କୁମାର ହରିଚନ୍ଦନ ଏବଂ ସି. ଆର୍. ସି.ସି. ଶିକ୍ଷକ ସମିର ସେଠୀ, କୈଳାସ ହୋତା, ସୂର୍ଯ୍ୟକାନ୍ତ ବେହେରା, ପାଣ୍ଡବ ମହାରଣା, ମନୋରଞ୍ଜନ ଖୁଣ୍ଟିଆ, ଶ୍ରୀକାନ୍ତ କୁମାର ନାୟକ, ରବିନ୍ଦ୍ର କୁମାର ବେହେରା, ପୁଷ୍ପଲତା ବେହେରା ପରିଚାଳନା କରିଥିଲେ । ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟାପକ ମନୋଜ ନାୟକ ଓ ଅଧ୍ୟାପିକା ନିହାରବାଳା ରାଉତ ପୁରଷ୍କାର ବିତରଣ କରିଥିଲେ। ଉକ୍ତ ବିଜ୍ଞାନ ମେଳାରେ ଗୋଷ୍ଠି ଶିକ୍ଷା ଅଧିକାରୀ ସମସ୍ତ ପ୍ରୋଜେକ୍ଟ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ! ସେମାନଙ୍କ ମନରେ ପାଠ ସମ୍ୱନ୍ଧୀୟ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରାଉଥିଲେ ।
ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ !!!

