ପ୍ରତିବାଦ ନାମରେ ଶବ କୁ ପକାଇ ରାଜନୀତି !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଶ୍ମଶାନ ରୁ ମାଟି ଖୋଳା କୁ ନେଇ କିଛି ଦିନ ତଳେ କଟକ ଚାନ୍ଦବାଲି ରାସ୍ତା ର ଶୁକରପଡା ବଜାର ରେ ଗ୍ରାମବାସୀ ମାନେ ଦିର୍ଘ ସମୟ ରାସ୍ତା ରୋକ କରିଥିଲେ । ତା ପରଦିନ ଶୁକରପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ସହିତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ତାଲା ପକାଇ ଘେରାଉ କରିଥିଲେ ଗ୍ରାମବାସୀ । ସ୍ଥାନୀୟ ପ୍ରଶାସନ ବହୁ ବୁଝାସୁଝା କରି ପ୍ରତିଶୃତି ଦେଇଥିଲେ ମାଟି ଖୋଳିଥିବା ଲୋକମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନିଆଯିବ । କିନ୍ତୁ କଥା ସେତିକିରେ ସରିଲା ନାହିଁ , ଏହାପରେ ଶବ କୁ ନେଇ ହୀନ ରାଜନୀତି ଦେଖିବାକୁ ମିଳିଛି ।

ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ପଞ୍ଚାୟତ ର ଶୁକରପଡା ଗ୍ରାମ ର ୭ ନମ୍ବର ୱାର୍ଡ ରେ ! ଉତ୍ତମ ଭୋଇ (୭୨ବର୍ଷ) ଯିଏକି ଦିର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ରହିଥିଲେ । ତାଙ୍କର ଗତ ଶନିବାର ରାତି ୯ ଟା ସମୟରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ତାଙ୍କ ଘରେ ପହଞ୍ଚି ଶୋକ ପ୍ରକାଶ କରିବା ସହିତ ହରିଶ୍ଚନ୍ଦ୍ର ଯୋଯନା ବାବଦକୁ ୨୦୦୦ ଟଙ୍କା ଦେବା ସହିତ ନିଜ ହାତରୁ କିଛି ଆର୍ଥିକ ସାହାଯ୍ୟ କରିଥିଲେ ।
କିନ୍ତୁ ଶବ ସତ୍କାର କଣ ହେବ ଶବ କୁ ପକାଇ ରାଜନିତ ଜୋର ଧରିଥିଲା । ଶବ କେଉଁଠି ସତ୍କାର ହେବ ଶ୍ମଶାନ ରୁ ମାଟି ମାଫିଆ ମାଟି ନେଇ ଯାଇଛନ୍ତି । ମାଟି ପଡିଲେ ଶବ ସତ୍କାର ହେବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ । ଯାହାଫଳରେ ଦୀର୍ଘ ୨୦ ଘଣ୍ଟା କାଳ ଶବ ଘରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସ କୁ ଅବଗତ କରିଥିଲେ ମଧ୍ୟ ଆସି ନଥିଲେ । କୋକେଇ ବନ୍ଧା ହୋଇ ଥୁଆ ହୋଇଥିଲା । ମୃତକଙ୍କ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି କେମିତି ମୋ ସ୍ବାମୀ ର ସତ୍କାର କରିଦିଅ । କିନ୍ତୁ ତାଙ୍କ କଥାବା କିଏ ଶୁଣିବ , ସମସ୍ତେ ଶବ ପକାଇ ଜିଦି ଧରିଲେ ଶ୍ମଶାନ ରେ ମାଟି ପଡ଼ିଲେ ଯାଇ ଶବ ସତ୍କାର ହେବ । ଏଭଳି ବିତି ଚାଲିଥିଲା ସମୟ , ଶେଷରେ ଗାଁ ସାହି ଭାଇ ମିଶି ଶବକୁ ଶ୍ମଶାନକୁ ନେଇକି ଗଲେ ! ସ୍ଥାନୀୟ ସରପଞ୍ଚ ଙ୍କ ସହିତ ଗ୍ରାମବାସୀ ମିଶି ଶେଷକୃତ୍ୟ ସମ୍ପନ୍ନ କରିଥିଲେ। କଣ ପାଇଁ ୨୦ ଘଣ୍ଟା କାଳ ଶବ କୁ ପକାଇ ରଖିଥିଲେ । ଶବ କୁ ନେଇ ଏ ଘୃଣ୍ୟ ରାଜନୀତି କରିବା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘୋର ନିନ୍ଦନୀୟ ଘଟଣା ବୋଲି ଆଲୋଚନା ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *