ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଏନଏସି ଅନ୍ତର୍ଗତ ଚକାପଦାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ର ପଞ୍ଚମ ବାର୍ଷିକ ଉତ୍ସବ ଆଗାମୀ ଜନରାଜ୍ୟ ଦିବସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପଲକ୍ଷେ ବାଙ୍କୀର ସମସ୍ତ ଯୁକ୍ତ ଦୁଇ ଏବଂ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଂକ ମଧ୍ୟରେ ” ଓଡିଆ ଭାଷା ସାହିତ୍ୟରେ ଯୁବପିଢୀ ମାନଙ୍କର ଭୂମିକା ” ଶିରୋନାମାରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଉଛି । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସ୍ବନକ୍ଷତ୍ର ଉତ୍ସବରେ ସଂବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ଆବାହାକ ଅକ୍ଷୟ କୁମାର ସାମଲ ସୂଚନା ଦେଇଛନ୍ତି । ପ୍ରତୀକ୍ଷା ସାହିତ୍ୟ ଓ ସେବା ପ୍ରତିଷ୍ଠାନ ସହଯୋଗରେ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉକ୍ତ ବିଷୟ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡିଆ ଅଧ୍ୟାପିକା ମମତା ଜେନାଙ୍କ ସଂଚାଳନରେ କରାଯାଇଥିବା ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କର ଆଗ୍ରହକୁ ସମସ୍ତେ ପ୍ରଶଂସା କରିଛନ୍ତି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିରୁ ମୁହଁ ଫେରାଉଥିବା ଯୁବ ସମାଜକୁ ଏପରି ନିଆରା କାର୍ଯ୍ୟକ୍ରମ ନିଶ୍ଚିନ୍ତ ସାହିତ୍ୟନୁମୁଖୀ କରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନନ୍ଦ ଛାଟୋଇ ନିଜ ପ୍ରୋତ୍ସାହନର ଶବ୍ଦରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବକ୍ତବ୍ୟ ରଖିଥିଲେ । ବିଚାରକ ଅତିଥି ଭାବେ ଶିକ୍ଷାବିଭାଗ ଅଧ୍ୟାପିକା ରାକା ଦାସ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତୃପ୍ତି ମହାପାତ୍ର , ଓଡିଆ ଅଧ୍ୟାପିକା ସୁଶ୍ରୀ ଦିପ୍ତିମୟୀ ମହାପାତ୍ର ଉପଷ୍ଠିତ ରହିଥିଲେ । ପ୍ରତୀକ୍ଷା ପରିବାରର ସଂପାଦକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ସଂସଦର ଉପଦେଷ୍ଟା ଲଲାଟେନ୍ଦୁ ପଣ୍ଡା ଓ ସଂପାଦକ ବାବୁଲି ରଣା ନୂତନ ପ୍ରତିଭା ମାନଙ୍କୁ ସ୍ବାଗତ ଜଣାଇଛନ୍ତି ।
ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଯୁବ ସାରସ୍ବତ ପ୍ରତିଭା ଅନ୍ବେଷଣ ଅଭିଯାନ !!!

