ବାଲୁଗାଁ ଅଶୋକ ନଗର ବଣିକ ସଂଘ ସଭାଗୃହରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେଶନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଶୋକନଗର ସ୍ଥିତ ବଣିକ ସଂଘ ସଭାଗୃହରେ ବରିଷ୍ଠ ନାଗରିକ ମଞ୍ଚର ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ଡାକ୍ତର ଯୋଗେନ୍ଦ୍ର ନାଥ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ସମ୍ମାନିତ ଅତିଥି ଭାବେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଯୋଗ ଦେଇଥିଲେ । ତେବେ ସାଂପ୍ରତିକ ପରିସ୍ଥିତିରେ ବରିଷ୍ଠ ନାଗରିକ ବୃନ୍ଦ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟା ତଥା ପାରିବାରିକ, ସ୍ୱାସ୍ଥ୍ୟଗତ ଏବଂ ନ୍ୟାୟିକ କ୍ଷେତ୍ରରେ କିପରି ଶୋଷଣରୁ ମୁକ୍ତ ହେବା ସହ ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ସହାୟକ ହୋଇପାରିବେ ଆଲୋକପାତ କରିଥିଲେ ।

ଏଥିସହ ଯେ କୌଣସି ପରିସ୍ଥିତିରେ ମଞ୍ଚରେ ବରିଷ୍ଠ ସଭ୍ୟ ବୃନ୍ଦ ପ୍ରଶାସନର ସହାୟତା ଲୋଢିବା ପାଇଁ ଆହ୍ୱାନ ଦିଆଯାଇଥିଲା । ସ୍ଵାସ୍ଥ୍ୟଗତ କ୍ଷେତ୍ରରେ ମଧ୍ୟ ଅନୁଷ୍ଠାନର ସଭାପତି ଡାକ୍ତର ସେନାପତି ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏକ ବର୍ଷ ପୂର୍ବେ ସଙ୍ଗଠନର ସମ୍ପାଦକ ମୁରଲୀ ଧର ସାମନ୍ତସିଂହାର ଙ୍କ ଆବାହକତ୍ୱରେ ୧୮ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏହି ମଞ୍ଚ ଗଠିତ ହୋଇଥିଲା। ଇତି ମଧ୍ୟରେ ସଦସ୍ୟ ସଂଖ୍ୟା ୩୩ ରେ ପଦାର୍ପଣ କରିଛି । ବିଭିନ୍ନ ଶୋଭାଯାତ୍ରାରେ ଡିଜେ ବାଦ୍ୟର ଶବ୍ଦ ପ୍ରଦୂଷଣ ସ୍ଥାନୀୟ ଅଞ୍ଚଳରେ ସମ୍ପୂର୍ଣ ରୂପେ ପ୍ରଶାସନ ପକ୍ଷରୁ ନିଷିଦ୍ଧ କରାଯାଇଥିବା ହେତୁ ଉପସ୍ଥିତ ଦୁଇ ପୋଲିସ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସ୍ଥାନୀୟ ଚାଷଙ୍ଗରା ଗ୍ରାମର ଆଶିଷ ସ୍ୱାଇଁ ଏବଂ ଚିତ୍ରକଳା କ୍ଷେତ୍ରରେ ବାଲୁଗାଁର ସିତାକାନ୍ତ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପାଦକ ସାମନ୍ତସିଂହାର ବାର୍ଷିକ ବିବରଣୀ ପାଠ କରିଥିଲେ । ସଭ୍ୟ ପ୍ରଫୁଲ୍ଲ ଜାଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପ ସଭାପତି ରବିନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *