ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ମଞ୍ଚର ଶପଥ ଗ୍ରହଣ କାର୍ଯ୍ୟକ୍ରମ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ର ପ୍ରତ୍ୟକ୍ଷ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ! ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ଙ୍କ ସୂଚନା ଅନୁସାରେ , ଏଥିରେ ତିନୋଟି ୱାର୍ଡ ର ଜନ ସାଧାରଣ ଯୋଗ ଦେଇଥିଲେ ! ବାଲିଗୁଡା ରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପରେ ଏନ.ଏ.ସି ର ଅନ୍ୟାନ୍ୟ ୱାର୍ଡ ରେ କମିଟି ଗଠିତ ହେଉଛି ସମସ୍ତ ୱାର୍ଡ ରେ କମିଟି ଗଠନ ପରେ ପର୍ଯ୍ୟାୟ କ୍ରମେ ବାଲିଗୁଡା ସହରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମିଳିତ ମହାମଞ୍ଚ ଗଠନ ହେବ ବୋଲି ସୂଚନା ମିଳିଛି l ସୂଚନାଯୋଗ୍ୟ ଯେ ବାଲିଗୁଡା ରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାର ରେ ସମ୍ପୃକ୍ତଥିବା ବ୍ୟକ୍ତି ବିଶେଷ ଙ୍କ ନିଦ ହଜିଯାଇଛି l କୁଚକ୍ରୀ ଗୋଷ୍ଠୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହାକୁ ଭଂଡୁର କରିବା ପାଇଁ ରାଜନୈତିକ ରଙ୍ଗ ଦେବାକୁ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଆଦୌ ବିଚଳିତ ନଥିବା କହିଛନ୍ତି ସଭାପତି ଲଳିତ ପାତ୍ର l

Leave a Reply

Your email address will not be published. Required fields are marked *