ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଲେ କୋତାପେଟା ଗ୍ରାମପଞ୍ଚାୟତ ଲୋକେ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଦୁର୍ଘଟଣା ପରେ ଉତ୍ତେଜନା ! ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଲେ କୋତାପେଟା ଗ୍ରାମପଞ୍ଚାୟତ ଲୋକେ ! ରାୟଗଡା ବ୍ଲକ କୋତାପେଟା ଗ୍ରାମ ପଞ୍ଚାୟତର ଗେଦେଲା ଶଙ୍କର ରାଓ ବୟସ ୩୨ ବର୍ଷ ଏବଂ ମିଟୁ ସ୍ୱାଇଁ ବୟସ ୨୮ ବର୍ଷ ! ଜଣେ ଯୁବକ ଙ୍କ ଘର କୋତାପେଟା ଓ ଅନ୍ୟ ଜଣକ ଯୁବକ ଙ୍କ ଘର କୋତାପେଟା ଗ୍ରାମ ନିକଟସ୍ଥ ମାଲିଗାଁ । ଏହି ଦୁଇ ଜଣ ଯୁବକ ଗତ କାଲି ରାତ୍ର ୧୦.୩୦ ସମୟରେ ଆମଲାପେଟା ରୁ ଘର କୁ ଫେରିବା ସମୟରେ ପ୍ରଗତି ଆଗ୍ରୋ ନାନ ସଂସ୍ଥାର ଗୋଟିଏ କାଠ ବୋଝେଇ ଟ୍ରାକ୍ଟର ରେଜିଷ୍ଟ୍ରେସନ୍ ନମ୍ବର OD-18J- 4486 ବିପରୀତ ଦିଗରୁ ଆସି ହଠାତ ଧକ୍କା ଦେଇଥିଲା । ସେଠାକାର ଅଞ୍ଚଳ ବାସିନ୍ଦା ତୁରନ୍ତ ଆମ୍ବୁଲାନ୍ସ ଡକାଇ ପ୍ରଥମେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିଲେ । ରାୟଗଡା ଚିକିତ୍ସାଲୟ ରେ ଗୁରୁତର ଅବସ୍ଥା ଦେଖି କୋରାପୁଟ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଅଧା ରାସ୍ତାରେ ଗେଦେଲା ଶଙ୍କର ରାଓଙ୍କ ଜୀବନ ଚାଲି ଯାଇଥିଲା , ଏବଂ ତାଙ୍କ ସାଥିରେ ଥିବା ମିଟୁ ସ୍ୱାଇଁଙ୍କ ର ଅଣ୍ଟା ଭାଙ୍ଗି ଯାଇଥିବା ଯୋଗୁଁ କୋରାପୁଟ ମେଡିକାଲ କଲେଜ ରେ ଭର୍ତି କରିଥିଲେ । ସୂଚନା ଅନୁଯାୟୀ ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ଡ୍ରାଇଭର କୁ କିମ୍ବା ଗାଡ଼ି ମାଲିକଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ଯୋଗୁଁ ଗ୍ରାମବାସୀ ଉତ୍ୟକ୍ତ ହୋଇ ୩୨୬ ଜାତୀୟ ରାଜପଥ ଅବରୋଧ କରି ମୃତ ବ୍ୟକ୍ତିଙ୍କୁ ନ୍ୟାୟ ପାଇଁ ଦାବୀ କରି ଧାରଣା ରେ ବସିଥିଲେ । ରାୟଗଡା ଠାରୁ ଜେକେପୁର ର ମୁଖ୍ୟ ରାସ୍ତା ରେ ହଜାର ହଜାର ଗାଡ଼ି ମୋଟର ସାଇକେଲ, ବାଇକ୍ ଓ ଟ୍ରକ ଗୁଡିକ ଦୀର୍ଘ ୪ ଘଣ୍ଟା ରୁ ଉର୍ଦ୍ଧ ଅଟକି ରହିଥିବା ଯୋଗୁଁ ଲୋକେ ନାଇଁ ନଥିବା ଅସୁବିଧାର ସମୁଖୀନ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନର ତରଫରୁ ତହସିଲଦାର ତାପସ ରାଉତ ପହଞ୍ଚି ଗ୍ରାମ ପଞ୍ଚାୟତ ବାସୀଙ୍କୁ ବୁଝାସୁଝା କରିଲେ ମଧ୍ୟ ଗ୍ରାମ ବାସିନ୍ଦା ରାଜି ହୋଇ ନଥିଲେ । ତତ୍ ପରେ ରାୟଗଡା ଏସଡିପିଓ ଦିବ୍ୟଜ୍ୟୋତି ଦାସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ମାଲିକ ଙ୍କ ଠାରୁ ୮୦୦୦୦ ହଜାର ଟଙ୍କା ଏବଂ ରେଡ୍କ୍ରସ୍ ତରଫରୁ ୨୦୦୦୦ ହଜାର ଟଙ୍କା କ୍ଷତିପୂରଣ ପାଇଁ ଦେବେ ବୋଲି ଆଶ୍ଵାସନା ଦେବା ପରେ ଗ୍ରାମ ବାସିନ୍ଦା ରାସ୍ତା ରୋକ ରୁ ଓହରି ଯାଇଥିଲେ। ରାୟଗଡା ବାଇକ ମେକାନିକାଲ ୟୁନିୟନ୍ ପକ୍ଷରୁ ୩୦ ହଜାର ଟଙ୍କା ମୃତକ ଙ୍କ ପରିବାର କୁ ସାହାଯ୍ଯ କରିଛନ୍ତି ।

Leave a Reply

Your email address will not be published. Required fields are marked *