ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ବନ୍ଧୁ ମିଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଥିବା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷର ଅବସର ପରେ ପୁନର୍ବାର ମହାବିଦ୍ୟାଳୟର ସମସ୍ତ ପ୍ରାକ୍ତନ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମହାବିଦ୍ୟାଳୟରେ ଏକତ୍ରିତ ହୋଇ ନିଜ ଚାକିରୀ ଜୀବନର ସୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଡାକ୍ତର ଶରତ ଚନ୍ଦ୍ର ସୁବୁଦ୍ଧି ସଭାପତିତ୍ଵ କରିଥିବା ବେଳେ ଅବସର ପ୍ରାପ୍ତ କଲେକ୍ଟର ତଥା ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ, ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ଶତପଥି ଓ ପିକେ ପଣ୍ଡା ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ୪୦ ରୁ ଉର୍ଦ୍ଧ ଅବସରପ୍ରାପ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ । ଏହି ଅବସରରେ ବୟୋଜ୍ୟଷ୍ଠ ଅଧ୍ୟାପକ ସତ୍ୟବାଦୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରାକ୍ତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ତ୍ରିନାଥ କୁମାର ପଲେଇ ଓ ବୈରାଗୀ ଚରଣ ବଳ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *