ଗଜପତିରେ ୩୨ତମ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ ।।

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା :
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଆଜି ୩୨ତମ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ୧୮ ତାରିଖରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ସପ୍ତାହ ବ୍ୟାପି ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଚେତନତା ରଥ ଜିଲ୍ଲାରେ ପରିକ୍ରମା କରି ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଇବ । ଆଜିରଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଓ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।ସଚେତନତା ରଥ ସହର ପରିକ୍ରମା କରି ସଡକ ସୁରକ୍ଷା ର ନିୟମାବଳୀ ଗୁଡିକ ଉପରେ ଲୋକଙ୍କୁ ସଚେତନ କରିଛି । ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା, ଦୁଇ ଚକିଆ ଯାନରେ ଦୁଇ ଜଣଙ୍କରୁ ଅଧିକା ଯାତ୍ରା ନ କରିବା, ମଦ୍ୟପାନ ଓ ମାଦକ ଦ୍ରବ୍ୟସେବନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ସର୍ବସାଧାରଣ ରାସ୍ତାରେ ବିପଦ ପୂର୍ଣ୍ଣ ଭାବେ ଗାଡି ନ ଚଳାଇବା, ଦ୍ରବ୍ୟ ପରିବହନ ଗାଡ଼ିରେ ପାସେଞ୍ଜର ନ ନେବା, ଚାରି ଚକିଆ ଯାନ ବା ବଡ଼ ଗାଡ଼ିରେ ଯାତ୍ରା କରିବା ସମୟରେ ସିଟ ବେଲ୍ଟ ବ୍ୟବହାର କରିବା ଏହି ସବୁ ନିୟମ ମାନି ଗାଡି ଚଳାଇବାକୁ ସଚେତନତା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *