ବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନଙ୍କୁ ସଫଳତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ। ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ। ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର। ଜ୍ୟୋତି ରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ। ସେ ଗଛ ମାନଙ୍କରୁ କିଭଳି ତୈଳ ଉପ୍ôାଦନ ବୃଦ୍ଧି କରାଯାଇ ପାରିବ ତାହାର ଉପାୟ ଆବିଷ୍କାର କରିଛନ୍ତି। ମୁଖ୍ୟତଃ ତାଙ୍କଦ୍ବାରା ଆବିଷ୍କୃତ ପ୍ରଣାଳୀ ଦ୍ବାରା ଶରୀର ପାଇଁ ଉପକାରୀ ତେଲ ଗଛ ମାନଙ୍କରୁ ଉତ୍ପାଦନ କରାଯାଇ ପାରିବ। ଏହାଦ୍ବାରା ହୃଦରୋଗ ଦୂର ହୋଇପାରିବ। ଏବଂ ରକ୍ତରେ କୋଲଷ୍ଟିରଲର ମାତ୍ରାମଧ୍ୟ କମ୍ କରାଯାଇ ପାରିବ। ଏତଦ୍ବ୍ୟତିତ ଅନ୍ୟ ବୃକ୍ଷ ମାନଙ୍କରୁ ଯାନବାହନରେ ବ୍ୟବହୃତ ଇନ୍ଧନର ସାମଞସ୍ୟ ତୈଳ ମଧ୍ୟ ଉପ୍ôାଦନ କରାଯାଇ ପାରିବ। ଯାହାଦ୍ବାରା କି ଭବିଷ୍ୟତରେ ପେଟ୍ରୋଲିୟମ୍ର ବିକଳ୍ପ ଭାବରେ ଏହାକୁ ବ୍ୟବହାର କରାଯାଇ ପାରିବ। ଉତ୍ପାଦନ ବୃଦ୍ଧି ସହିତ ତୈଳ ଜାତୀୟ ଦ୍ରବ୍ୟର ମୂଲ୍ୟ କମ୍ ହେବ। ଲୋକଙ୍କ ଚାହିଦା ପୂରଣ କରିବା ସହ ଏହା ପରିବେଶ ପ୍ରଦୂଷଣ କମ୍ କରିବାରେ ସହାୟକ ହେବ। ଜ୍ୟୋତି ରଂଜନଙ୍କ ଗବେଷଣାର ଫଳାଫଳ ମଧ୍ୟ ଭବିଷ୍ୟତ ପାଇଁ ଅଧିକ ଗବେଷଣାରେ ବାଟ ଖୋଲି ଦେଇଛି। ସେ ବର୍ତ୍ତମାନ ଆମେରିକା ଇଷ୍ଟ ଟେନିସ ଷ୍ଟେଟ୍ ୟୁନିଭର୍ସିଟିରେ ପିଏଚ୍ଡି ଶିକ୍ଷାଲାଭ କରିବା ସହ ଗବେଷଣା କରୁଛନ୍ତି। ସୂଚନା ଥାଉକି ସେ ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥାଦ୍ବାରା ପୁରସ୍କୃତ ହୋଇଛନ୍ତି। ବିଶେଷତଃ ଆମେରିକାନ୍ ସୋସାଇଟି ଫର୍ ପ୍ଲାଣ୍ଟ ବାୟୋଲୋଜିଷ୍ଟ ଫିଟୋ କେମିକାଲ୍ ସୋସାଇଟି ଅଫ୍ ନର୍ଥ ଆମେରିକା ଏବଂ ୟୁରୋପିୟନ୍ ମୋଲେକୁଲାର୍ ବାୟୋଲୋଜି ଅର୍ଗାନାଇଜେନସ୍ ଦ୍ବାରା ପୁରସ୍କୃତ ହୋଇଛନ୍ତି। ଏତଦବ୍ୟତିତ ସେ ଆମେରିକାର ହେନେରି ଡୋନିୟେଲି ଇଣ୍ଟରନ୍ୟାସନାଲ ରିସର୍ଚ ସ୍କୋଲାର ଆୱାର୍ଡର ପ୍ରଥମ ସଂସ୍କରଣରେ ସମସ୍ତ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରସ୍କୃତ ହୋଇଥିବା ନେଇ ସୂଚନା ମିଳିଛି। ତାଙ୍କ କହିବା ମୁତାବକ ଦୁନିଆର ସମସ୍ତ ଜଟିଳ ସମସ୍ୟା ଏକ ସରଳ ପଦକ୍ଷେପ ଦ୍ବାରା ହିଁ ସମାଧାନ କରାଯାଇ ପାରିବ। ତାଙ୍କର ସଫଳତାର ଶ୍ରେୟ ପିତା, ମାତାଙ୍କୁ ଦେଇଛନ୍ତି।

Leave a Reply

Your email address will not be published. Required fields are marked *