ସୁଗାର ପରୀକ୍ଷା ସକାଶେ ରୋଗୀଙ୍କୁ ଛିଡ଼ା ହେବାକୁ ପଡୁଛି ଘଣ୍ଟା ଘଣ୍ଟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଗାର ପରୀକ୍ଷା କରିବା ସକାଶେ ପ୍ରଥମେ ପଞ୍ଜିକୃତ କରିବାକୁ ପଡେ , ପରେ ପଞ୍ଜିକୃତ ଚିଠା ଧରି ଡାକ୍ତରଙ୍କୁ ସୁଗାର ଟେଷ୍ଟ ପାଇଁ ଲେଖିବା ସକାଶେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବାକୁ ପଡେ । ଡାକ୍ତର ସୁଗାର ଟେଷ୍ଟିଙ୍ଗ ପାଇଁ ଲେଖିବା ପରେ ପରୀକ୍ଷାଗାରକୁ ଯିବାକୁ ପଡେ ! ସେଠାରେ ମଧ୍ୟ ଧାଡିରେ ଛିଡା ହୋଇ ଫାଷ୍ଟଟିଂଙ୍ଗ ରକ୍ତ ନମୁନା ଦେଇ ଦୁଇ ଘଣ୍ଟା ପରେ ଖାଇକି ରକ୍ତ ନମୁନା ଦେବାକୁ ପଡେ । ସେଠାରେ ଧାଡିରେ ଛିଡା ହୋଇ ରିପୋର୍ଟ ଆଣି ଡାକ୍ତରଙ୍କ ପରାମର୍ଶ କରିବାକୁ ଗଲେ ପରେ ସମୟ ହୋଇଗଲା କହି ଡାକ୍ତର ଚାଲିଯାନ୍ତି । ପୁଣି ଆର ଦିନ ରିପୋର୍ଟ ଓ ପଞ୍ଜିକୃତ ଚିଠା ଧରି ଗଲେ ଡାକ୍ତରଙ୍କ ନିକଟକୁ ଯିବା ପାଇଁ ପୁଣି ଧାଡ଼ିରେ ଛିଡ଼ା ହେବାକୁ ପଡେ ! ଡାକ୍ତର ପରାମର୍ଶ ପରେ ଔଷଧ ପାଇଁ ନିରାମୟ କେନ୍ଦ୍ରକୁ ଗଲେ କିଛି ଔଷଧ ମିଳେ , ଅନ୍ୟ ଔଷଧକୁ ବାହାରୁ କିଣିବାକୁ ପଡୁଛି । ସରକାର ନିରାମୟ ଯୋଜନାରେ ରୋଗୀଙ୍କ ପାଇଁ ଦେୟ ମୁକ୍ତ ଚିକିତ୍ସା ,ପରୀକ୍ଷା , ଉତ୍ତମ ସେବା ନିରାମୟ ଔଷଧ ଦେଉଥିବା କହୁଥିବା ବେଳେ ସାଧାରଣ ପରୀକ୍ଷା ଓ ଔଷଧ ନିମନ୍ତେ ଅସୁବିଧା ହେଉଅଛି ! ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଲୋକଙ୍କୁ ମଧ୍ୟ ଘଣ୍ଟା ଘଣ୍ଟା ଧାଡି ରେ ଛିଡ଼ା ହେବିକୁ ପଡୁଛି !

Leave a Reply

Your email address will not be published. Required fields are marked *