ସୋମନାଥ ସାହୁ – ଭଏସ ଅଫ୍ ନୟାଗଡ଼ ସିଜିନ ୩ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ କ୍ଲବ ଦ୍ବାରା ଆୟୋଜିତ ଭଏସ ଅଫ୍ ନୟାଗଡ଼ ସିଜିନ ୩ ଫାଇନାଲ ପ୍ରତିଯୋଗିତା ଦକ୍ଷିଣକାଳୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ସେମି ଫାଇନାଲରୁ ବଛା ଯାଇଥିବା ୧୦ ଜଣ କଣ୍ଠଶିଳ୍ପୀ ଫାଇନାଲ ରାଉଣ୍ଡରେ ଭାଗ ନେଇଥିଲେ । ସରୋଜ କୁମାର ଖୁଣ୍ଟିଆ, ପ୍ରିତୀପଦ୍ମା ମିଶ୍ର, ଜୋଏନା ଗାବ୍ରୀଏଲ୍‌, ସୋମନାଥ ସାହୁ, ସୌଦାମିନୀ ସାହୁ, ଶୁଭଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଅର୍ପିତା ବେହେରା, ଲିପ୍ସାରାଣୀ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ସାହୁ, ଚିନ୍ମୟ ବେହେରା ଏହି ଫାଇନାଲ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରଥମ ରାଉଣ୍ଡରେ ୫ ଜଣ ପ୍ରତିଯୋଗୀ ସୋମନାଥ ସାହୁ, ଚିନ୍ମୟ ବେହେରା, ବର୍ଷା ପ୍ରିୟଦର୍ଶିନୀ ସାହୁ, ପ୍ରୀତିପଦ୍ମା ମିଶ୍ର, ସରୋଜ କୁମାର ଖୁଣ୍ଟିଆ ଦ୍ୱିତୀୟ ରାଉଣ୍ଡକୁ ମନୋନୀତ ହୋଇଥିଲେ। ଶେଷରେ ସୋମନାଥ ସାହୁଙ୍କୁ ଭଏସ ଅଫ୍ ନୟାଗଡ଼ ଭାବେ ଘୋଷଣା କରାଯାଇଥିବା ବେଳେ ଚିନ୍ମୟ ବେହେରାଙ୍କୁ ରନର୍ସ ଅଫ୍ ବିଜେତା ଘୋଷଣା କରାଯାଇଛି । ସୋମନାଥଙ୍କ ଘର ନୂଆଗାଁ ବ୍ଲକ ମହିପୁର ନିକଟସ୍ଥ ପାରାଢିପି ହୋଇଥିବା ବେଳେ ଚିନ୍ମୟଙ୍କ ଘର ଓଡ଼ଗାଁ ଲକ୍ଷ୍ମୀବଜାର । ପ୍ରଥମ ବିଜେତାଙ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା, ରନର୍ସ ଅପ୍‌ଙ୍କୁ ଟ୍ରଫି ସହ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜେମା କ୍ରିଏସନ ମୁଖ୍ୟ କିଶୋର ମହାପାତ୍ର ପୁରସ୍କାର ବିତରଣ କାର୍ଯ୍ୟରେ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନୟାଗଡ଼ କ୍ଲବ ସଦସ୍ୟ ଧୀରେନ୍ଦ୍ର ପଟ୍ଟନାୟକ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀନାରାୟଣ ରଥ, ଶରତ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *