ଡ଼ା.ନବଘନ ସାମଲ ହେଲେ ବିଶ୍ଵ ସ୍ତରୀୟ ଅନୁଷ୍ଠାନ United Youth Guild UYGର ରାଷ୍ଟ୍ରୀୟ(ଭାରତ) ପରିଚାଳନା ମୁଖ୍ୟ । ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ କୁଲେଈ ଗ୍ରାମର ସଂସ୍କୃତି ଗବେଷକ ନବଘନ ସାମଲ ହେଲେ ବିଶ୍ଵ ସ୍ତରୀୟ ଅନୁଷ୍ଠାନ UYG ର ରାଷ୍ଟ୍ରୀୟ (ଭାରତ) ପରିଚାଳନା ମୁଖ୍ୟ । ସଂସ୍ଥା ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ସ୍ୱେତା ମାହେଶ୍ୱରୀ ଉପାଧ୍ୟକ୍ଷ ବିବେକ ପରୱାଲ୍ ଓ ବିଶ୍ଵ ସ୍ତରୀୟ କମିଟି ପକ୍ଷରୁ ଶ୍ରୀ ସାମଲଙ୍କ ପାରଦର୍ଶିତା କୁ ସମୀକ୍ଷା କରି ଗତ ରାତି ୧୨.୧୫ ମିନିଟ୍ ରେ ସୋସିଆଲ ମିଡିଆରେ ଅନୁଷ୍ଠାନ ତରଫରୁ ଘୋଷଣା ସହ ଇମେଲ ଯୋଗେ ଚିଠି ମଧ୍ୟ ପଠାଇଛନ୍ତି।

ଶ୍ରୀ ସାମଲ ଏଥି ପୂର୍ବରୁ ୧୮ ଟି ବିଶ୍ଵ ରେକର୍ଡ, ସ୍ଵର୍ଣ୍ଣ ପଦକ ଓ ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ସେ ଦୀର୍ଘ ସମୟ ଧରି ବିଲୁପ୍ତ ଲୋକକଳା ଓ ଦୁସ୍ଥ କଳାକାରଙ୍କ ଉନ୍ନତି ପାଇଁ ପ୍ରୟାସରତ ଥିବା ସମୟରେ ଭାରତୀୟ କଳା ସଂସ୍କୃତି କୁ ବିଶ୍ଵ ସ୍ତରରେ ପ୍ରଶଂସିତ କରିବା ଜାରି ରଖିଛନ୍ତି । ସେ ଅନୁଗୋଳ ଜିଲ୍ଲା କଳାକାର ସାମ୍ମୁଖ୍ୟର ସଭାପତି, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ, କଣିହାଁ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି, ରାଜ୍ୟ ସଂଶାଧନ ସଦସ୍ୟ , ନିଖିଳ ଓଡ଼ିଶା ପାଇକ ମହାସଂଘ,ଓଡ଼ିଶା ପ୍ରଦେଶ ର ସାଧାରଣ ସମ୍ପାଦକ କାର୍ଯ୍ୟ ତୁଲାଇ ଆସୁଛନ୍ତି। ଏଥି ପୂର୍ବରୁ କରୋନା ମହାମାରୀ ସମୟରେ ଲୋକ ସଚେତନତା କାର୍ଯ୍ୟ ସହିତ ମାଗଣାରେ ମାସ୍କ , ସାବୁନ୍, ଶୁଖିଲା ଖାଦ୍ୟ ବଣ୍ଟନ ଏବଂ ଏବେ ଶୀତ ଋତୁରେ ଅସହାୟ, ବିକଳାଙ୍ଗ ଓ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କାମ ଜାରି ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *