କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷକ ମାନଙ୍କର ଧାନ ଅମଳ ଆରମ୍ଭ ଅନେକ ମାତ୍ରାରେ ଆରମ୍ଭ ହୋଇଥିବା ବେଳେ କୌଣସି ମଣ୍ଡି ଏପର୍ଯ୍ୟନ୍ତ ଖୋଲି ନାହିଁ l ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଧାନମଣ୍ଡିରେ ନାନା ବିଧ ସମସ୍ୟା , ଯଥା ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ଜାଗା, ଘୋଡାଇବା ପାଇଁ ପାଲ, ଚାଷୀ ମାନଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା, ଯାତାୟାତ ଖର୍ଚ୍ଚ , ଅଖା, ସୁତୁଲି ପ୍ରଦାନ, କଟନୀ-ଛଟନୀ ବନ୍ଦ, ମିଲର-ଡିଲର ମଧୁଚନ୍ଦ୍ରିକା ବନ୍ଦ, ବିନା ପାତର ଅନ୍ତରରେ ଟୋକନ ପ୍ରଦାନ, ସର୍ବନିମ୍ବ ସହାୟକ ମୂଲ୍ୟରେ ଧାନ ଖର୍ଦ୍ଦି, ଚାଷୀ ମାନଙ୍କୁ କ୍ୱିଣ୍ଟାଲ ପିଛା 100ଟଙ୍କା ବୋନସ ପ୍ରଦାନ ଆଦି 10 ଦଫା ଦାବୀପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସୁନାକର ବେହେରା, ରାଜ୍ୟ ମୁଖପାତ୍ର ତେଜେଶ୍ଵର ପରିଡା, ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସନ୍ନ ନାୟକ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସଲିମ ଖାନ, ଜିଲ୍ଲା ଉପସଭାପତି କଳ୍ପନା ମଲିକ, ଉପିନ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ଶେଖର ସେଠୀ, ଜିଲ୍ଲା ସମ୍ପାଦକ ବିକ୍ରମାଦିତ୍ୟ ସାହୁ, ଅମିତାଭ ସୁଆର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରଂଜିତ ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ମଣ୍ଡଳ ସଭାପତି ମଦନ ବେହେରା, ପ୍ରଶାନ୍ତ ସେଠୀ, ବିଶ୍ଵକାନ୍ତ ନନ୍ଦ, କ୍ଷୀରୋଦ ବରାଳ , ବରିଷ୍ଠ ବିଜେପି ନେତା ବିକ୍ରମ ରାଉତରାୟ,ଜିଲ୍ଲା ମିଡ଼ିଆ ପ୍ରମୁଖ ନେହେରୁ ସାହୁ,ପ୍ରଦୀପ ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରତି ରଞ୍ଜନ ଜେନା, ମାନସ ରଞ୍ଜନ ଦାସ, ଅବିନାଶ ସ୍ୱାଇଁ, ରଶ୍ମି ରଞ୍ଜନ ରାଉତରାୟ,ବଳରାମ ବେହେରା, ଶ୍ରୀଧର ପ୍ରଧାନ, ବିଶ୍ୱ ରଞ୍ଜନ ପଣ୍ଡା, ନାରାୟଣ ପ୍ରସାଦ ସିଂ, ନିହାର ରଞ୍ଜନ ମହାନ୍ତି ଓ ଅର୍ଜୁନ ମଲିକ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ l
ଧାନ ମଣ୍ଡିର ସମସ୍ୟା ନେଇ ବିଜେପି ତରଫରୁ ଉପ-ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ !!!

