ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଆ ନାଟକ ର ଏନ୍ତୁଡ଼ିଶାଳ ପାରଳା ର ଜଣେ ମଞ୍ଚ କଳାକାରଙ୍କୁ ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ରେ ସମ୍ମାନିତ କରାଯିବା ପରେ ସାରା ଗଜପତି ଜିଲ୍ଲା ରେ ଖୁସି ର ଲହରୀ ଖେଳି ଯାଇଥିଲା ! ଯୁବ ମଞ୍ଚଶିଳ୍ପୀ ଆଦର୍ଶ ଦାସ ଙ୍କୁ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ ପାଇବା ପରେ ସ୍ଥାନୀୟ ରୋଟାରୀ ହଲ ପରିସର ରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ପାରଳାଖେମୁଣ୍ଡି ର ବହୁ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ ! ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସମ୍ମାନୀତ ଅତିଥି ଭାବେ ପୌରଧକ୍ଷ୍ୟା ନିର୍ମଳା ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ, ସଭାପତି କ୍ରିଏଟିଭ ଆର୍ଟସ୍ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଦୀର୍ଘ ବର୍ଷ ପରେ ଉପାନ୍ତ ଅଞ୍ଚଳରୁ ଯୁବ ପ୍ରତିଭା କୁ ସ୍ଵୀକୃତି ପ୍ରଦାନ କରିଥବା ପାଇଁ ରାଜ୍ୟ ସରକାରଙ୍କୁ ଅତିଥି ମାନେ ପ୍ରଶଂସା କରିଥିଲେ, ପରେ ଆୟୋଜକ କ୍ରିଏଟିଭ ଆର୍ଟସ ସମେତ ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମ୍ବାଦିକ ସଂଘ, ପାରଳା ଓକିଲ ସଂଘ, ଉତ୍କଳ ସମ୍ମିଳନୀ, ଭକ୍ତି ସଙ୍ଗୀତ ସଂସଦ, ଉତ୍କଳ ହିତୈସିଣି ସମାଜ, ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର , ସମଲେଇ ନୃତ୍ୟ କଳା ପରିଷଦ, ମିରାକଲ ଡେନସ ଷ୍ଟୁଡ଼ିଓ, କବିଚନ୍ଦ୍ର ପାଠାଗାର, ଗୌରହରି ପାଠାଗାର, ନିତ୍ୟାନନ୍ଦ ପାଠାଗାର ଏବଂ ସହର ର ବହୁ ବୁଦ୍ଧିଜୀବୀ ମାନେ ସମ୍ବର୍ଦ୍ଧିତ ପ୍ରତିଭା ଙ୍କୁ ନିଜ ଶୁଭେଛା ଜଣାଇଥିଲେ ! କାର୍ଯ୍ୟକ୍ରମ କୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ମନୋଜ ପାଢୀ ସଂଯୋଜନା କରିଥିଲେ ।
ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ କଳାକାର ଙ୍କୁ ନାଗରିକ ସମ୍ବର୍ଦ୍ଧନା !!!

