ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ ସାନ୍ଧୁବାଡ଼ି ଚେକିଂ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ l ସୀମାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦି ଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିବl ସହ ସେମାନଙ୍କୁ 14 ଦିନ ସଙ୍ଗରୋଧକୁ ପଠାଇବା ନିମିତ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି l ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ରୁ ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି l ଗସ୍ତ ସମୟରେ ରାସ୍ତା ରେ ଗଲାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମlନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କରୋନା ଠାରୁ ଦୂରେଇ ରହିବ ନେଇ ସଚେତନ କରିଥିଲେ । ରାସ୍ତାରେ ଗଲାବେଳେ ଗୋଟିଏ କlର କୁ ଓ ଗୋଟିଏ ଅଟୋକୁ ଅଟକାଇ ଅଧିକ ଯାତ୍ରୀ ନେଇକି ଯାଉଥିବାରୁ ତାଙ୍କୁ ଜରିମାନା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ କହିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ ରାୟଗଡ ରାଜେନ୍ଦ୍ର ମାଝୀ , ତହସିଲଦାର ରାୟଗଡ ଉମାଶଙ୍କର ବେହେରା ପ୍ରମୁଖ ସାମିଲ ହୋଇଥିଲେ l