ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କରୋନା ପଜିଟିଭ ଚିହ୍ନଟ ରୋଗୀଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା 41 ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି । ସେଥି ମଧ୍ୟରୁ ପ୍ରତି ପଞ୍ଚାୟତ ସମିତିରେ 2 ଟି ଲେଖାଏଁ ଆମ୍ବୁଲାନ୍ସ କାର୍ଯ୍ୟରତ ଥିବାବେଳେ ମୋହନା ପଞ୍ଚାୟତ ସମିତିରେ 4 ଗୋଟି ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି । ଅନ୍ୟ ପଟେ ପୂର୍ବରୁ କାର୍ଯ୍ୟରତ ଥିବା 108 ଆମ୍ବୁଲାନ୍ସ ପ୍ରତି ପଞ୍ଚାୟତ ସମିତିରେ ଗୋଟିଏ ଗୋଟିଏ କାର୍ଯ୍ୟରତ ଅଛି । ସେଥି ମଧ୍ୟରୁ ପାରଳାଖେମୁଣ୍ଡି ରେ ଗୋଟିଏ ଅତ୍ୟାଧୁନିକ ଜୀବନ ରକ୍ଷା କରିବା ଆମ୍ବୁଲାନ୍ସ ଥିବା ବେଳେ ମୋହନା ରେ ମୌଳିକ ସୁବିଧା ଥିବା ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି । ସେହିପରି ଜିଲ୍ଲାରେ 102 ଆମ୍ବୁଲାନ୍ସ 6 ଗୋଟି କାର୍ଯ୍ୟରତ ଅଛି । ଯାହାକି ମାତୃ ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟରତ ଅଛି । ସେହିପରି 4 ଗୋଟି ଆମ୍ବୁଲାନ୍ସ ଯାହା କି ଜିଲ୍ଲାର ନିଜସ୍ଵ ଆମ୍ବୁଲାନ୍ସ ପୂର୍ବରୁ କାର୍ଯ୍ୟରତ ଅଛି । ଉପରୋକ୍ତ ବିଷୟ ଉପରେ ଆଧାରିତ ଆମ୍ବୁଲାନ୍ସକୁ ଛାଡି ଦେଇ କେବଳ କୋଭିଡ଼ ପାଇଁ 29 ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି ଯେଉଁଥିରେ ଅମ୍ଳଜାନର ବ୍ୟବସ୍ଥା ଅଛି । ଏହା କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ଏବଂ ରେପିଡ ରେଷ୍ପନସ ଟିମ ଦ୍ୱାରା ବ୍ୟବହାର କରାଯାଉଛି । ଏହା ସହ 108 ଆମ୍ବୁଲାନ୍ସ ମଧ୍ୟରୁ ଅତ୍ୟାଧୁନିକ ଜୀବନ ରକ୍ଷା ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ମଧ୍ୟ କୋଭିଡ଼ ପାଇଁ ବ୍ୟବହୃତ ହେଉଛି । ଏହାର ପରିଚାଳନା ପାଇଁ ଜିଲ୍ଲାର ଜଣେ ଡାକ୍ତର ପ୍ରଦୀପ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆ ଯାଇଥିଲା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେଠାକାର ଭାରପ୍ରାପ୍ତ ମେଡ଼ିକାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଆବଶ୍ୟକ ସମୟରେ ଜିଲ୍ଲା ବାସୀ ଏହାର ବ୍ୟବହାର ସୁବିଧା ପାଇଁ ପାରିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ ।