ମହଙ୍ଗା ପଡିଲା ରାତି ଅଧିଆ ଚେକିଙ୍ଗ : TPCODL କର୍ମଚାରୀ ଅଟକ !!!

Spread the love

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଦ୍ୟୁତ ଚୋରୀ ସନ୍ଦେହରେ TPCODL ର ରାତି ଅଧିଆ ଘରେ ପଶି ବିଦ୍ୟୁତ ଚେକ କରିବା ପଡିଲା ମହଙ୍ଗା ! ବିଶେଷ ସୂତ୍ରରୁ ପ୍ରକାଶ ଗତକାଲି ପ୍ରାୟ ରାତ୍ରି ୪ ଟା ସମୟରେ ତାଳଚେର ଜନ୍ଦାବାହାଳ ଗ୍ରାମର କିଛି ଘରକୁ ବିନା ଅନୁମତିରେ କବାଟ ଖୋଲି ପ୍ରବେଶ କରି ସମ୍ପୃକ୍ତ ବିଦ୍ୟୁତ କମ୍ପାନୀ ର କର୍ମଚାରୀ ମାନେ ଚେକିଙ୍ଗ କରୁଥିଲେ ! ତେଣୁ ଏହାକୁ ନେଇ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିବା ସହିତ ଗାଡି ଓ କର୍ମଚାରୀ ମାନଙ୍କୁ ଅଟକ ରଖିଥିଲେ । ଗ୍ରାମବାସୀ ମାନଙ୍କର କହିବା କଥା ଆମ ପିଲାଛୁଆ ଓ ମହିଳା ମାନେ ଶୋଇଥିବା ବେଳେ ଶୋଇବା ଘର କୁ ବିଦ୍ୟୁତ କର୍ମଚାରୀ ମାନେ କେଉଁ ଆଧାରରେ ପ୍ରବେଶ କଲେ ତାହାର କୈଫିୟତ ସମ୍ପୃକ୍ତ କମ୍ପାନୀ ଦେବା ଆବଶ୍ୟକ !

Leave a Reply

Your email address will not be published. Required fields are marked *