ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ନାଗାମଠ ହରିଜନ ସାହି ପୋଖରୀ ଖୋଳାରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ନାଗାମଠ ହରିଜନ ସାହି ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗ୍ରାମରେ ଥିବା ପୋଖରୀରୁ ପଙ୍କ ଉଦ୍ଧାର ନିମନ୍ତେ ଆସିଥିବା ଅନୁଦାନକୁ ପଞ୍ଚାୟତର ପିଇଓ ,ଜିଆରଏସ , ଜେଇ ଓ ସରପଞ୍ଚ ପ୍ରଭୃତି ମିଶି ପ୍ରାଥମିକ ଭାବରେ ୨୯୪୮୬.୦୦ ଟଙ୍କା ଜବ କାର୍ଡ ମାଧ୍ୟମରେ ଉଠାଣ କରି ହଡ଼ପ କରିଛନ୍ତି । ପୋଖରୀ ପୂର୍ବରୁ ଯେମିତି ଥିଲା ବର୍ତ୍ତମାନ ସେହି ଅବସ୍ଥାରେ ଥିବା ବେଳେ ଅନୁଦାନ ପ୍ରାପ୍ତ କାର୍ଯ୍ୟର ସୂଚନା ଫଳକ ମଧ୍ଯ ଲେଖା ଯାଇନାହିଁ । କିନ୍ତୁ ମଷ୍ଟର ରୋଲ୍ ରେ କାର୍ଯ୍ୟ ହୋଇଥିବା ଦର୍ଶାଇ ଅନ୍ୟ ଗ୍ରାମର ଜବ କାର୍ଡ ହିତାଧିକାରୀଙ୍କ ମାଧ୍ୟମରେ ଟଙ୍କା ଉଠାଣ କରି ଆତ୍ମସାତ କରାଯାଇଛି । ଏ ବାବଦରେ ପଞ୍ଚାୟତ ସ୍ତରରେ ଅଧିକାରୀଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ପଂଚାୟତ ପିଇଓ କହୁଛନ୍ତି ପୋଖରୀ ବିଷୟରେ ମୁଁ କୌଣସି ଅବଗତ ନୁହେଁ ! ସଂପୃକ୍ତ ଘଟଣା ବାଣପୁର ବିଡ଼ିଓ ଙ୍କୁ ଲିଖିତ ଭାବରେ ଅଭିଯୋଗ କରିବାରେ ଗ୍ରାମବାସୀଙ୍କ ଅଭିଯୋଗ ସେ ବୁଝିବେ ବୋଲି ଆଶ୍ଵାସନା ଦେଇଛନ୍ତି । ତେବେ ଏଭଳି ଏକ ଘଟଣାରେ ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ସରପଞ୍ଚ ,ପିଇଓ , ଜିଆରଏସ , ଏବଂ ଜେଇ ଙ୍କୁ ଯୋଗାଯୋଗ କରିବା ପରେ ସେମାନେ ଘଟଣାକୁ ଏଡ଼ାଇ ଯିବା ସହିତ ସନ୍ତୋଷ ଜନକ ଭାବରେ କିଛି ଉତ୍ତର ଦେଉନାହାନ୍ତି । ତେବେ ବିଡ଼ିଓ ଙ୍କୁ ଯୋଗାଯୋଗ କରିବା ପରେ ସେ ତଦନ୍ତ କରି କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ । ଆଜି ପୁନର୍ବାର ବିଡ଼ିଓ ଙ୍କୁ ସାକ୍ଷାତ କରି ତାଙ୍କର ମତାମତ ମାଗିବା ପରେ ସେ ଗଣମାଧ୍ୟମ କୁ ବାଇଟ ଦେବାପାଇଁ ମନା କରିଛିନ୍ତି ଏବଂ ପରେ ମତାମତ ଦେବାକୁ କହି ଘଟଣାକୁ ଏଡାଇ ଯାଇଛନ୍ତି ! ସରପଞ୍ଚ ଙ୍କୁ ଯୋଗାଯୋଗ କରିବାରେ ସେ ପରୋକ୍ଷ ଭାବରେ ଦୁର୍ନୀତି ହୋଇଥିବାର ସ୍ୱୀକାର କରିଛନ୍ତି ! ତେଣୁ ଉକ୍ତ ଘଟଣାରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଥିଲେ ମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତକାରୀ ଅଫିସର କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି,ଦେଖିବାକୁ ବାକି ରହିଲା !
ବାଣପୁର ଭବାନୀପୁର ପଞ୍ଚାୟତର ନାଗାମଠ ହରିଜନ ସାହି ପୋଖରୀ ଖୋଳାରେ ଅନିୟମିତତା !!!

