ବାଣପୁରରେ ଶ୍ରୀ ଜଗନ୍ନାଥ ମ୍ୟୁଜିକ୍ ର ତୃତୀୟ ବାର୍ଷିକ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପରେ ଶ୍ରୀ ଜଗନାଥ ମ୍ୟୁଜିକ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ପୌରହିତ୍ୟ ଓ ସଂପାଦକ ଜିତେନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ବାଣପୁର ସ୍ଥିତ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା , ରବୀନ୍ଦ୍ର ମାନସିଂହ ମୁଖ୍ୟ ଅତିଥି, ପ୍ରାକ୍ତନ ଶିକ୍ଷକ ଭାଗିରଥି ସ୍ବାଇଁ ମୁଖ୍ୟବକ୍ତା, ସଙ୍ଗୀତ ନିର୍ଦ୍ଦେଶକ ପ୍ରଦୀପ କୁମାର ନନ୍ଦ ଓ ସାଇସମ୍ପୂର୍ଣ୍ଣା ସେବା ସଂସ୍ଥାନର ଅଧ୍ୟକ୍ଷ ଆଲୋକ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ଦଣ୍ଡନୃତ୍ୟ ନିର୍ଦ୍ଦେଶକ ନୃସିଂହ ଚରଣ ସାହୁ, ଟ୍ରମ୍ପେପେଟ୍ ବାଦକ ତ୍ରିନାଥ ସାହୁ ,ତବଲା ବାଦକ ଅଶୋକ ମହାରଣା, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଧେଶକ ଅଶୋକ ପାତ୍ର, ନାଟ୍ୟ ନିର୍ଦ୍ଦେଶକ ଦିଲ୍ଲୀପ ବିଶ୍ୱାଳ, ନାଟ୍ୟ ନିର୍ଦ୍ଦେଶକ ସଞ୍ଜୟ ଦାସ , ସମାଜସେବୀ ରାମକୃଷ୍ଣ ମହାରଣା ଏବଂ ସମାଜସେବାରେ ଲିପ୍ତ ମା ଭଗବତୀ କଳା ନିକେତନ, ବାଲୁଗାଁ ପ୍ରଶକ୍ତି ପତ୍ର ଓ ଅଙ୍ଗାବସ୍ତ୍ର ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲା l ଆଲୋକ ମୁଦୁଲି ସ୍ୱାଗତ ଭାଷଣ ଓ ସଂଯୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର ସଭ୍ୟ ଓ ସଭ୍ୟା ସିମାଚଳ ମହାରଣା, ଚତୁର୍ଭୁଜ ମୁଦୁଲି, ରବି ବେଜ, ଅବିନାଶ ମହାପାତ୍ର, ଧର୍ମେନ୍ଦ୍ର ଜାଲ୍ଲି, ବିଷ୍ନୁପ୍ରିୟା ବାରିକ, ତ୍ରିଲୋଚନ ବାରିକ, ରାମକୃଷ୍ଣ ମହାରଣା, ଆଲୋକ ମୁଦୁଲି, ସରୋଜିନୀ ରାଉତ, ସଂଯୁକ୍ତା ପ୍ରଧାନ, କଙ୍ଗନ ଚୌଧୁରୀ, ପ୍ରାଜ୍ଞ୍ୟାସ୍ମିତା ସାହୁ, ଅଶେଷ କୁମାର ବାରିକ, ଶଙ୍କର ସାମନ୍ତରାୟ, ପ୍ରଶାନ୍ତ ନାୟକ ଏବଂ ସସ୍ମିତା ବେହେରା ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *