କେତେ ବିଶ୍ୱାସଯୋଗ୍ୟ ମିନି ବ୍ୟାଙ୍କ ??? ହେଉଛି ହିତାଧିକାରୀଙ୍କ ଟଙ୍କା ଲୁଟ !!!!

0
193

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : ବିଶ୍ୱାସ ହରାଉଛନ୍ତି ମିନିବ୍ୟାଙ୍କ . କଳାହାଣ୍ଡି ଜିଲ୍ଲାରୁ ସାମନାକୁ ଆସିଛି ଏପରି ଘଟଣା . ଜିଲ୍ଲା ଅନ୍ତର୍ଗତ ଜୟପାଟଣା ବ୍ଳକ ରଣମାଲ ଗ୍ରାମପଞ୍ଚାୟତ ଅନର୍ଗତ ଭୁର୍ଷିଗୁଡା ର ଅଞ୍ଜନା ଲହଜଲଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ୨୪ହଜାର ୪ଶହ ୪୦ଟଙ୍କାକୁ ବ୍ୟାଙ୍କ କର୍ମଚାରୀ ହଡପ କରିଥିବା ଅଭିଯୋଗ ହୋଇଥିଲା । ଅଞ୍ଜନାଙ୍କ ଅଭିଯୋଗ ଅନୁସାରେ ଆର୍ଥିକ ବର୍ଷ ୨୦୨୦-୨୧ମସିହାରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହଟିଏ ପାଇଥିଲେ । ଗତ ୨୬/୧୦/୨୦୨୦ ରେ ତାଙ୍କ ଆକାଉଣ୍ଟରେ ୨୦ହଜାର ଟଙ୍କା ପ୍ରଥମ କିସ୍ତି ଆସିଥିଲା । ସେ ଏ ନେଇ ଗତ ୩/୧୧/୨୦୨୦ ରେ ବାଣ୍ଡି ଗାଁ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମିନି ବ୍ୟାଙ୍କରେ ଟଙ୍କା ଉଠାଣ କରିଥିବା ପାସବୁକ ରେ ରହିଛି। । ।କିନ୍ତୁ ବାଣ୍ଡି ଗାଁ ମିନି ବ୍ୟାଙ୍କ ର କର୍ମଚାରୀ ତାଙ୍କୁ କୋଣସି କାରଣ ଦର୍ଶାଇ ଟଙ୍କା ନଦେଇ କିଛି ଦିନ ପରେ ଆସିବାକୁ କହିଥିଲେ । ସରଳ ଅଞ୍ଜନା କିଛି ଦିନ ପରେ ମିନି ବ୍ୟାଙ୍କ କୁ ଟଙ୍କା ଆଣିବା ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ଟଙ୍କା ମିଳି ନଥିଲା । ବରଂ ପୁଣି ୨/୧୨/୨୦ରେ ଅଞ୍ଜନା ଙ୍କ ଏକାଉଣ୍ଟରେ ମନରେଗା ଯୋଜନା ରେ ପଡିଥିବା ୪ହଜାର ୪ଶହ ୪୦ଟଙ୍କା ଉଠାଣ ହୋଇଥିବା ପାସବୁକ ଦର୍ଶାଯାଇଛି । ଏମିତି ସର୍ବମୋଟ ୨୦ହଜାର ୪ଶହ ୪୦ଟଙ୍କା ସମ୍ପୂର୍ଣ୍ଣ ଭାବେ ହଡପ ହୋଇଥିଲା । କିନ୍ତୁ ଏ ସମ୍ପର୍କରେ ଅଞ୍ଜନା ଅଜ୍ଞ ଥିଲେ । ପରେ ସେ ବିଜମରା ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ନିଜର ପାସବୁକ କୁ ଅପଟୁଡେଟ କରିଥିଲେ ଓ ଜାଣିବାକୁ ପାଇଥିଲେ ଯେ ତାଙ୍କ ଟଙ୍କା ଉଠାଣ ହୋଇଛି । ସେ ଏ ନେଇ ବାରମ୍ବାର ବାଣ୍ଡି ଗାଁ ମିନି ବ୍ୟାଙ୍କ କର୍ମଚାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଞ୍ଜନା କୁ ବିଭନ୍ନ ଆଲ ଦେଖାଇ ଭୁଆଁ ବୁଲାଇ ଥିବା ଅଭିଯୋଗ କରିଛନ୍ତି ସେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଠାରୁ ଆଜିକୁ ତିନି ମାସ ହେଉଥିଲେ ମଧ୍ୟ ତାଙ୍କର ଟଙ୍କା ମିଳିନଥିଲା । ତେଣୁ ସେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନକରି ପରି ଭାଗ୍ୟ କୁ ଆଦରି ବସିଥିଲେ । ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଜାଣିଲା ପରେ ବାଣ୍ଡି ଗାଁ ମିନି ବ୍ୟାଙ୍କ କର୍ମଚାରୀ ଅଞ୍ଜନା ଙ୍କୁ ୨୦ହଜାର ଟଙ୍କା ଫେରସ୍ତ ଦେଇଥିବା ବେଳେ ବର୍ତ୍ତମାନ ୪ହଜାର ୪ଶହ୪୦ଟଙ୍କା ବାକି ଅଛି । ସେ ଟଙ୍କା କିଏ ଦେବ ଓ ଗରିବ ନିରୀହ ଲୋକଙ୍କୁ ଏପରି କାହିଁକି କରାଯାଇଛି ତାହା ତଦନ୍ତ ସାପେକ୍ଷ । ବ୍ୟାଙ୍କ ଓ ଗ୍ରାହକ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାଙ୍କ ତରଫରୁ କଡାକଡି ନିୟମ ରହିଥିଲେ ମଧ୍ୟ ବାଣ୍ଡି ଗାଁ ମିନି ବ୍ୟାଙ୍କ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହାର ଏକ ତଦନ୍ତ ହେଲେ ବହୁ ସତ୍ୟ ଘଟଣା ପଦାକୁ ଆସିବା ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here