ଦିଲ୍ଲୀର ଜନ୍ତର ମନ୍ତର ଠାରେ ନିରୀହ ଛାତ୍ର ଛାତ୍ରୀଙ୍କ ଉପରେ ପୋଲିସର ବର୍ବର ଆକ୍ରମଣ ବିରୁଦ୍ଧରେ ଭୁବନେଶ୍ୱରରେ ପ୍ରତିବାଦ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦିଲ୍ଲୀର ଜନ୍ତରରମନ୍ତର ଠାରେ ଗତ ଜୁଲାଇ ୨୦ ତାରିଖରେ ହୋଇଥିବା ଆନ୍ଦୋଳନ ସମୟରେ ଯେଉଁଭଳି ପୋଲିସ ବର୍ବରତାର ସମସ୍ତ ସୀମା ଅତିକ୍ରମ କରି ନିରୀହ ଛାତ୍ରଛାତ୍ରୀଙ୍କ ପ୍ରତି ଆକ୍ରମଣ କରିଥିଲା,ତାର ପ୍ରତିବାଦରେ ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ଜନସାଧାରଣଙ୍କ ତରଫରୁ ଏଥିନେଇ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତି ଶାନ୍ତିପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଥିଲେ। ଦିଲ୍ଲୀ ପୋଲିସ ଯେଉଁଭଳି ଭାବରେ ଲାଠି ଚାର୍ଜ କରି, ଟିୟର୍ ଗ୍ୟାସ୍ ଛାଡ଼ି, ଗୋଇଠା, ଧକା, ମୁଥା ଓ ବିଧା ମାରି, ଝିଅ ମାନଙ୍କୁ ଅତି ନିର୍ଦ୍ଦୟ ଭାବେ ତାଙ୍କ ଚୁଟି ଧରି ଘୋଷାଡି ନେବା ଭଳି ସଙ୍ଗୀନ ଅପରାଧ କରିଥିଲା ତାହା ନିଶ୍ଚିତ ଭାବରେ ଦେଶର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଲଜ୍ଜାର ବିଷୟ ବୋଲି ସମସ୍ତ ପ୍ରତିବାଦକାରୀମାନେ ଏହି ପ୍ରତିବାଦ ମାଧ୍ୟମରେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଯେତବେଳେ ଶାନ୍ତିପୂର୍ଣ୍ଣ ଭାବରେ ସେମାନେ ଆନ୍ଦୋଳନ କରୁଥିଲେ ଏବଂ ସଂସଦ ଅଭିମୁଖେ ଯାତ୍ରା କରୁଥିଲେ, ତାଙ୍କୁ ଚାରିପଟୁ ରାସ୍ତା ବନ୍ଦ କରି, ପୋଲିସ ମାଡ଼ ମାରିବା ଏବଂ ବାହାରର ଅସାମାଜିକ ଗୁଣ୍ଡାମାନେ ବାଡ଼ି ଧରି ସେମାନଙ୍କୁ ପୋଲିସ ସାମନାରେ ଆକ୍ରମଣ କରୁଥିଲେ ପୋଲିସ କିଛି ନ କରିବା ଏବଂ ଅସାମାଜିକ ଗୁଣ୍ଡାଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନିଶ୍ଚିତ ଦୁର୍ଭାଗ୍ୟର କଥା ବୋଲି ପ୍ରତିବାଦ ସ୍ଥଳରେ ସମାଲୋଚନା କରାଯାଇଥିଲା।

ଯେଉଁଭଳି ଭାବରେ ଗୋଟିଏ ସଙ୍କଟପୂର୍ଣ୍ଣ ବାତାବରଣ ପୋଲିସ ମାଧ୍ୟମରେ ସୃଷ୍ଟି କରାଗଲା, ତାହା ଛାତ୍ର ସମାଜ ପ୍ରତି ନିଶ୍ଚିତ ଘୋର ଅପମାନର ବିଷୟ। ଏହି ଘଟଣା ପ୍ରତି ସାରା ବିଶ୍ୱର ନିନ୍ଦା ବ୍ୟକ୍ତ କରାଯାଉଛି ଯାହାକି ପ୍ରତ୍ୟେକ ଭାରତୀୟ ହିସାବରେ ଆମେ ସମସ୍ତେ ଦୁଃଖିତ । ପ୍ରାରମ୍ଭରୁ ଛାତ୍ରଛାତ୍ରୀମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମାଗୁଥିଲା ବେଳେ ପିଲାମାନଙ୍କର ଜୀବନ ସୁରକ୍ଷା ଅପେକ୍ଷା କଣ ପାଇଁ ସରକାର ଏତେ ମାତ୍ରାରେ ଧର୍ମେନ୍ଦ୍ରଙ୍କ ସୁରକ୍ଷା ପ୍ରତି ସଯତ୍ନ ହେଉଛନ୍ତି ତାହା ବିରାଟ ପ୍ରଶ୍ନ ହୋଇ ଉଙ୍କି ମାରିଛି। ଛାତ୍ର ଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ଆପଣେଇବା ସହ ଯଥାଶୀଘ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରଖାସ୍ତ କରିବା ପାଇଁ ସରକାରଙ୍କ ନିକଟରେ ପ୍ରତିବାଦକାରୀ ମାନେ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *