ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଦଶ ଗୋଟି ଦେଶର ତେର ଜଣ ପ୍ରତିଭାଙ୍କୁ ମିଳିଲା ମ୍ୟାନ ଅଫ ଦି ଇୟର ଆୱାର୍ଡ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଭାରତ ସମେତ ନାଇଜେରିଆ, ନେପାଳ, ତାଞ୍ଜାନିଆ, ବାଂଲାଦେଶ, ସାଉଥ ଆଫ୍ରିକା, ସିରିଆ, ପାରାଗୁଏ, ଫିଲିପାଇନ୍ସ, ଆଫଗାନିସ୍ଥାନ ଆଦି ୧୦ଟି ଦେଶର ୧୩ଜଣ ପ୍ରତିଭାଙ୍କୁ ମନୋନୀତ କରାଇଯାଇ ପବିତ୍ର ଇଂରାଜୀ ନବ ବର୍ଷ ଉପଲକ୍ଷେ ସେମାନଙ୍କୁ “ମ୍ୟାନ ଅଫ ଦି ଇୟର – ୨୦୨୨” ସମ୍ମାନରେ ସମ୍ମାନିତ କରାଯାଇଅଛି । ସେମାନଙ୍କ ମଧ୍ୟରୁ ଭାରତୀୟ ପ୍ରତିଭାଧର ଭାବରେ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ଚିତ୍ରଶିଳ୍ପୀ କେଶୁ ଦାସ, ନାଇଜେରିଆର ବରିଷ୍ଠ ସମାଜସେବୀ ସାଇରିଆକସ କୁଡୁରୁ, ନାଇଜେରିଆ ଇମୋ ଷ୍ଟେଟ ୟୁନିଭରସିଟିର ଫ୍ରେଞ୍ଚ ଭାଷାର ଅଧ୍ୟାପକ ଡ଼ଃ ଚିଡି ଲେଜେଓମା, ନେପାଳଦେଶର ବରିଷ୍ଠ ଲେଖକ ତଥା ଶିକ୍ଷାବିତ ରାମେଶ୍ୱର ଯାଦବ, ତାଞ୍ଜାନିଆର ଡିରାମାକିନି ବିଜନେସ ଲିମିଟେଡ଼ର ପରିଚାଳନା ନିର୍ଦେଶକ ଗଡ଼ଫ୍ରେୟ ଇସ୍ମାଏଲ୍ୟ ନଙ୍କୋ, କେନିଆର ଡାଗା ଫାଇଣ୍ଡର ଏଣ୍ଟରପ୍ରାଇଜେର୍ସର ନିର୍ଦେଶକ ଦା୍ଭିଡ଼ ଗାଚୁହି, ବାଂଲାଦେଶର ସ୍ୟାଲହେଟ ଡିଭିଜନର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ହାଜ୍ଜେ କେଶ ଚ୍ୟା, ନାଇଜେରିଆର ଆନସା ଷ୍ଟ୍ରିଟୱାଇଜ ମିଡ଼ିଆ ଆଣ୍ଡ ଡିଜିଟାଲ ଲିମିଟେଡ଼ର ମୁଖ୍ୟ ପରିଚାଳନା ସମ୍ପାଦିକା ଆଁକେଲ ବାବ୍ସ ଓଲୁୱାଟୋୟିନ ଗ୍ରେସ , ସାଉଥ ଆଫ୍ରିକା କେଜେଡଏନ ନାମୁହ୍ଲା କମ୍ୟୁନିଟି ନ୍ୟୁଜପେପରର ପବ୍ଲିସିଂ ଏଡିଟର ସେହେଇଲା ମହଲୋଂଗ, ସିରିଆ ଦେଶର ଆରବିକ ଭାଷାର ବର୍ଷିଆନ ଶିକ୍ଷାବିତ ଆନସ୍, ପାରାଗୁଏ ଦେଶର ବର୍ଷିଆନ ସମାଜସେବୀ ସେଭେରିଆନୋ ଏସକ୍ଵିଭେଲ ଗାଭିଲାନ, ଫିଲିପାଇନ୍ସର ବରିଷ୍ଠ ଗବେଷକ ଡ଼ଃ ନ୍ଵାଙ୍କୋ ଟୋନି ନ୍ଵାଏଜେଇଗୁଏ, ଆଫଗାନିସ୍ଥାନର ଯୁବ ଚିକିତ୍ସକ ଡା. ସାୟେଦ ନ୍ଵାକିବୁଲ୍ଲାହ ଆଦି ୧୦ ଗୋଟି ଦେଶର ୧୩ଜଣ ବିଶିଷ୍ଠ ପ୍ରତିଭାଙ୍କୁ ପବିତ୍ର ଇଂରାଜୀ ନବବର୍ଷ ଉପଲକ୍ଷେ “ମ୍ୟାନ ଅଫ ଦି ଇୟର ଆୱାର୍ଡ -୨୦୨୨” ପ୍ରଦାନ କରାଯାଇଛି । ଏହି ସମ୍ମାନ ଚଳିତ ବର୍ଷ ଠାରୁ ପ୍ରତିବର୍ଷ ବିଭିନ୍ନ ଦେଶର ପ୍ରତିଭାଧର ମାନଙ୍କୁ ଚୟନକରି ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିବା ସହ ଚଳିତ ଜାନୁୟାରୀ ଓ ଫେବୃୟାରୀ ଦୁଇମାସ ଧରି ଚାଲୁରହିଥିବା “ଶୀତ ପାଇଁ ବିଶ୍ୱ ଯୋଡ ଅଭିଯାନ”ରେ ଶହେ ଗୋଟି ଦେଶକୁ ସାମିଲ କରାଯିବା ସହ ବୈଦିକ ସଭ୍ୟତା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଏହି ଶୀତ ଋତୁରେ ଜନ୍ମଲାଭ କରିଥିବା ଶହେ ଜଣ ବରିଷ୍ଠ ଚିତ୍ରକରଙ୍କୁ ବିଦେଶରେ ଜାଣିବା ନିମନ୍ତେ ସେମାନଙ୍କ ନାମରେ ଶହେଟି ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହି ସମ୍ବର୍ଦ୍ଧନା “ମୋ’ ଗାଁ’ରେ ଶୀତ” ବିଷୟବସ୍ତୁ ଆଧାରିତ ଚିତ୍ର ପ୍ରତିଯୋଗିତା ଉପରେ ପର୍ଯ୍ୟବେଶିତ ହେବ ।ଏଥିନିମନ୍ତେ ଭାରତ ସମେତ ବିଭିନ୍ନ ଦେଶର ଛାତ୍ର/ଛାତ୍ରୀ, ଚିତ୍ର ଶିଳ୍ପୀ ମାନଙ୍କ ଠାରୁ ଚିତ୍ର ସଂଗ୍ରହ କରାଯାଉଅଛି । ଚିତ୍ରକର ମାନେ ସେମାନଙ୍କ ଚିତ୍ରକୁ ଫାଉଣ୍ଡେସନର ହ୍ଵାଟ୍ସଆପ ସଂଖ୍ୟା ୯୯୩୮୮୧୦୫୩୯ କିମ୍ବା ୮୩୨୮୮୭୬୦୩୮ ରେ ପଠାଇବା ପାଇଁ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *