କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦିନକୁ ଦିନ ମଣିଷ ମାନବିକତା ଭୁଲି ଯାଉଥିବା ବେଳେ, ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ପଦ ପଦବୀ ଓ ସାମାଜିକ ସ୍ଥିତି ର ଅହଂ ଭାବକୁ ଦୂରରେ ରଖି ସାଧାରଣ ମଣିଷର ଦୁଃଖରେ ଭାଗିଦାର ହୋଇଥାନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ । କୋଭିଡ ଗାଇଡ଼ ଲାଇନ ପାଳନ ସମୟରେ ନିଜେ ଉପ-ଜିଲ୍ଲାପାଳ କର୍ତ୍ତବ୍ୟରେ ଥାଇ ସୁଦ୍ଧା ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକକୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ଆଜି ରବିବାର ସଟ ଡାଉନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଘଟଣା ଘଟିଛି ।
ଉପଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର କରୋନା ସମୟରେ ସହର ମଧ୍ୟରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡା ଦଣ୍ଡପଦର ପାଖ ପେଟ୍ରୋଲ ଟାଙ୍କି ନିକଟରେ ଏକ ବାଇକ ଦୁର୍ଘଟଣାରେ ଆହତ ହୋଇ ଜଣେ ଯୁବକ ପଡି ରହିଥିବା ଦେଖିଥିଲେ । ସମ୍ପୃକ୍ତ ଯୁବକଙ୍କ ଦେହ ସାରା ରକ୍ତ ଲାଗିଥିଲା । ଯୁବକଙ୍କ ଏଭଳି ଅବସ୍ଥା ଦେଖି ଉପଜିଲ୍ଲାପାଳ ଡକ୍ଟର ମହାପାତ୍ର ତାଙ୍କୁ ନିଜ ଗାଡ଼ିରେ ତୁରନ୍ତ ମେଡିକାଲକୁ ଆଣିଥିଲେ ଏବଂ ନିଜେ ସେହି ବ୍ୟକ୍ତିଙ୍କର ଚିକିତ୍ସା ମଧ୍ୟ୍ୟ କରିଥିଲେ । ଉପ-ଜିଲ୍ଲାପାଳଙ୍କ ଏଭଳି ମହାନତା କୁ ନେଇ ବାଲିଗୁଡା ଜନସାଧାରଣ ଡକ୍ଟର ମହାପାତ୍ର ଙ୍କୁ ପ୍ରଶଂସା କରିଛନ୍ତି ।