କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପୁଣି ବିବାଦ ଘେରରେ ଗରଦପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ l ଦୁର୍ନୀତି ବିରୁଦ୍ଧରେ ଅଭିଯୋଗ କଲେ ମିଳୁଛି ଧମକ l ଧମକ ଦେଉଛନ୍ତି ଅଙ୍ଗନବାଡି କର୍ମୀ ଙ୍କ ସ୍ୱାମୀ l କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରୁ ସାମନାକୁ ଆସିଛି ଏପରି ଘଟଣା l ଗରଦପୁର ବ୍ଲକ ଅଧୀନରେ ଥିବା ଅଙ୍ଗନବାଡି କେନ୍ଦ୍ର ସବୁରେ କୋମଳମତି ଶିଶୁ ମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟକୁ କର୍ମୀ ମାନେ ବାଟ ମରଣା କରିବା ସହ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ପିଲାମାନଙ୍କ ସଂଖ୍ୟା ଠାରୁ ଅଧିକ ପିଲାଙ୍କ ନାମ ଦର୍ଶାଇ ହରିଲୁଟ ଘଟଣାର ପର୍ଦ୍ଦାଫାଶ ହେବ ପରେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀ l
ଏପରିକି ଗରଦପୁର ସିଡିପିଓ ଏବଂ ଅଙ୍ଗନବାଡି କର୍ମୀ ଙ୍କ ଭିତରେ ଡ଼ିଲ ଫାଇନାଲ ହୋଇ ଘୋଟଲା ହେଉଥିବା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେଉଛି l ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିବା ସମୟରେ ଦୁର୍ନୀତି ବିରୋଧରେ ମୁହଁ ଖୋଲିଥିବା ସୂଚନା ଅଧିକାର କର୍ମୀଙ୍କୁ କିଣିଲୋ ଅଙ୍ଗନବାଡି କର୍ମୀ ଙ୍କ ସ୍ୱାମୀ ଦେଉଛନ୍ତି ଧମକ l ତେବେ ଏଠି ପ୍ରଶ୍ନ ଉଠୁଛି କାହା ବଳରେ ବଳିୟାନ ସାଜିଛନ୍ତି କିଣିଲୋ ଭଳି ଦୁର୍ନୀତିଗ୍ରସ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଏବଂ ତାଙ୍କ ସ୍ୱାମୀ l ଉପର ଲେବୁଲ ରେ ଏପରି ଘୋଟାଲାକୁ କିଏ ଦେଉଛି ପ୍ରଶୟ l କାହାର ଛାତ୍ର ଛାୟା ତଳେ ଚାଲିଛି କିଣିଲୋ ଅଙ୍ଗନବାଡି କେନ୍ଦ୍ରର ହେରଫେର ର ଗୋଲଖ ଧନ୍ଦା l ତେବେ କଣ କିଣିଲୋ ଅଙ୍ଗନବାଡି କର୍ମୀ ଙ୍କ ଠାରୁ ମୋଟା ଅଙ୍କର ମାଲ ପାଇ ଖୋଦ ସିଡିପିଓ କରୁ ନାହାନ୍ତି ତ ସହଯୋଗ l
ଯଦି ସେପରି ନୁହେଁ , ତେବେ କିଣିଲୋ ଅଙ୍ଗନବାଡି କେନ୍ଦ୍ର ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେଉନାହିଁ କାହିଁକି ?? ଦୁର୍ନୀତିଗ୍ରସ୍ତ ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ ସିଡିପିଓ ପଦକ୍ଷେପ ଗ୍ରହଣ କରୁନାହାନ୍ତି କାହିଁକି ??? ବାରମ୍ବାର ଅଭିଯୋଗ ପରେ ବି ତାଙ୍କୁ ଘଣ୍ଟ ଘୋଡା ନୀତି କାହିଁକି ???? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ , ସିଡିପିଓ ଓ କିଣିଲୋ କର୍ମୀଙ୍କ ମଧ୍ୟରେ ଲୁଚି ରହିଛି କିଛି ଭିତିରି ରହସ୍ୟ l ତେବେ ଗରଦପୁର ଅଞ୍ଚଳ ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୋମଳମତି ଶିଶୁ ମାନଙ୍କ ପାଇଁ ଆସୁଥିବା ପୃଷ୍ଟିକର ଖାଦ୍ୟର ଦାୟିତ୍ୱ ରେ ଥିବା ସିଡିପିଓ ଏବଂ ଅଙ୍ଗନବାଡି କର୍ମୀ ମାନଙ୍କ ମଧୁଚନ୍ଦ୍ରିକା କୁ ନେଇ ସାଧାରଣ ରେ ସମାଲୋଚନା ହେଉଥିବା ବେଳେ କେବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି କି ନାଁ , ଏବେ ତାହା ହିଁ ଦେଖିବାକୁ ବାକି ରହିଲା l